Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

ଝାରସୁଗୁଡା ୧୪/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ କତରବଗା ପଞ୍ଚାୟତ ଅନ୍ତର୍ଗତ ବାଞ୍ଜିପାଲି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁରଲୀଧର ବିଶ୍ୱାଳଙ୍କୁ ଆଜି ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା ।
ଏହି ଅବସରରେ ବାଞ୍ଜିପାଲି ବିଦ୍ୟାଳୟ ପରିସରରେ ଆଜି ଏକ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରମେଶ ଚନ୍ଦ୍ର ମଲ୍ଲିକ ଅଧ୍ୟକ୍ଷତା କରିଥିବା ବେଳେ ଏମ କଟାପାଲି ୟୁପି ସ୍କୁଲର ସହକାରୀ ଶିକ୍ଷକ କାର୍ତ୍ତିକେଶ୍ବର ପାଣ୍ଡେ ମଞ୍ଚ ସଞ୍ଚାଳନ କରିଥିଲେ । ପ୍ରାରମ୍ଭରେ ବିଦ୍ୟାଦାତ୍ରୀ ମା ସରସ୍ଵତୀ ଓ ଅଗ୍ରପୂଜ୍ୟ ଶ୍ରୀ ଗଣେଷଙ୍କୁ ପଣ୍ଡିତ ନରେଶ ଦାସ ପୂଜାର୍ଚ୍ଚନା କରିଥିଲେ ଏବଂ ନିମନ୍ତ୍ରିତ ଅତିଥି ବୃନ୍ଦଙ୍କ ଦ୍ଵାରା ଦ୍ୱୀପ ପ୍ରଜ୍ବଳନ ପରେ ପଞ୍ଚଗାଁ ମହିମା କଳା ସଂସ୍କୃତି ପରିଷଦର କଳାକାର ସୁରଙ୍ଗ ପଧାନ ଓ ସାଥି ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଏହା ପରେ
ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ଗୁରୁ ପୂଜନ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଡ.ରାଧାକାନ୍ତ ଗଡତିଆ,ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ପ୍ରଦୀପ୍ତ ସା ମୁଖ୍ୟବକ୍ତା ଏବଂ ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହ, ମାନେଶ୍ୱର ବ୍ଲକ ଶିକ୍ଷାଧିକାରୀ ରମେଶ ଚନ୍ଦ୍ର ନାଏକ,ଜୟପୁର ବରିଷ୍ଠ ଶିକ୍ଷକ ତାଲିମ କେନ୍ଦ୍ରର ପ୍ରଶିକ୍ଷକ ଗୋପୀନାଥ ସେଠ, ଲଖନପୁର ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ହେମ ସାଗର ଚୌଧୁରୀ, ଓପିଜିସି ଡିଜିଏମ ଦେବାର୍ଚ୍ଚନ ସାହୁ ,ପଞ୍ଚଗାଁ ସମିତି ସଭ୍ୟ ରୋହିତ ଧୁରୁଆ, ମଚିଦା ସରପଞ୍ଚ ସଂଯୁକ୍ତା ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ଶ୍ରୀ ବିଶ୍ଵାଳଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ । ସେହିପରି ସହକାରୀ ଶିକ୍ଷକ ଯୋଗେନ୍ଦ୍ର କୁମାର ସହି ବିବରଣୀ ପଠନ କରିଥିଲେ । ସେହିପରି କତରବଗା ସିଆରସିସି ନିଳାମ୍ବର ଅର୍ଗଳ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ଵାରା ପ୍ରଦତ୍ତ ମାନପତ୍ର ପଠନ କରିଥିବା ବେଳେ ଲଖନପୁର ବ୍ଲକ ଶିକ୍ଷାଧିକାରୀଙ୍କ ପକ୍ଷରୁ ଦିଆ ଯାଇଥିବା ମାନପତ୍ର ପାଠ କରିଥିଲେ । ଏହି ପରିପ୍ରେକ୍ଷୀରେ ଭିକମପାଲି କ୍ଲଷ୍ଟର ସିଆରସିସି ମନୋହ କୁମାର,ପଞ୍ଚଗାଁ ସିଆରସିସି ଚନ୍ଦ୍ରାନନ୍ଦ ବୁଡ଼ା, ମହାସିଂ ସିଆରସିସି ରବୀନ୍ଦ୍ର ପଧାନ, ଲଖନପୁର ବ୍ଲକ ଗୋଷ୍ଠୀଶିକ୍ଷା ଉପ ବିଭାଗୀୟ ଅଧିକାରୀ ସଦାନନ୍ଦ ପଧାନ, ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଟୁଲେଶ୍ୱର ଭୋଇ, ଅବସରପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ମେହେର,ଠାକୁର ରାମ ସାହୁ ତଥା ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଶିକ୍ଷକ ମାନଙ୍କ ମଧ୍ୟରେ ଅରୁଣ ପଧାନ,ଭୁଗଦେଵ ପାଢ଼ୀ, ପ୍ରଦୀପ ପଧାନ, ରାମ କୁମାର ପଧାନ,ସୁବାଷ ମେହେର, କ୍ଷୀତେଶ୍ୱର ମେହେର, ବିନୋଦ ବିଶ୍ଵାଳ, ମୃତ୍ୟୁଞ୍ଜୟ ବିଶ୍ଵାଳ, ରାଜେନ୍ଦ୍ର ପଧାନ, ରମାକାନ୍ତ ଦୁଆନ,ନିରଞ୍ଜନ ପଧାନ,ଅମୂଲ୍ୟ ନାଥ ,ଘନଶ୍ୟାମ ନାଏକଙ୍କ ସମେତ ବହୁ ସଂଖ୍ୟାରେ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବିଶ୍ଵାଳଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ସୂଚନା ଥାଉକି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବିଶ୍ଵାଳ ୨୦୧୫ ସେପ୍ଟେମ୍ବର ୨୫ ତାରିଖ ଦିନ ବାଞ୍ଜିପାଲି ୟୁପି ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦାନ କରିଥିଲେ । ଦୀର୍ଘ ୯ ବର୍ଷ ଧରି ନିଷ୍ଠାର ସହିତ ଶିକ୍ଷାଦାନ ପରେ ଚଳିତ ୨୦୨୪ ଶିକ୍ଷାବର୍ଷ ଜୁନ ୩୦ ତାରିଖରେ ତାଙ୍କ ଚାକିରୀ କ୍ଷେତ୍ରରୁ ସେ ଅବସର ଗ୍ରହଣ କରିଛନ୍ତି । ସେ ଜଣେ ଛାତ୍ର ବତ୍ସଳ, କର୍ତ୍ତବ୍ୟ ନିଷ୍ଠା, ଶାନ୍ତ ଓ ମେଳାପୀ ସ୍ଵଭାବ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ଶେଷରେ ଫକୀର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ବାଞ୍ଜିପାଲି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ସହକାରୀ ଶିକ୍ଷକ ଯୋଗେନ୍ଦ୍ର କୁମାର ସହି,ଲଳିତ ଧୁରୁଆ, ସଫେତ ବାରିକ, ମମତା ରାଣୀ କିସାନ ତଥା ବିଦ୍ୟାଳୟ ଉପଦେଷ୍ଟା ସନାତନ ଧୁରୁଆ,ବଳରାମ ମଲ୍ଲିକ, ସନାତନ ଧୁରୁଆ, ଉଦେକର ପାଉଳେ,ଫଗୁଲାଲ ପଧାନ ତଥା ସଭାପତି ଶ୍ରୀ ମଲ୍ଲିକଙ୍କ ସମେତ ଶିଶୁପାଳ ଧୁରୁଆ,ନିରୂପମା ପାଉଳେ,ଭରତ ପଧାନ, ଜିତେନ୍ଦ୍ର ଗିରି,ପାର୍ବତୀ ଧୁରୁଆ, ଶ୍ୟାମା ପଧାନ,ସରୋଜ ଧୁରୁଆ,ମହେଶ ଧୁରୁଆ,,ସୋଦନା ସିଦାର, ସତ୍ୟାନନ୍ଦ ମେହେର, ଟେକା ରାମ ମେହେର, ଥଣ୍ଡା ଗରିଆ,ଭକ୍ତରାମ ସା,ପ୍ରଶାନ୍ତ ଖମାରୀ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ । ବାଞ୍ଜିପାଲି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ସହକାରୀ ଶିକ୍ଷକ ଯୋଗେନ୍ଦ୍ର କୁମାର ସହି,ଲଳିତ ଧୁରୁଆ, ସଫେତ ବାରିକ, ମମତା ରାଣୀ କିସାନ ତଥା ବିଦ୍ୟାଳୟ ଉପଦେଷ୍ଟା ସନାତନ ଧୁରୁଆ,ବଳରାମ ମଲ୍ଲିକ, ସନାତନ ଧୁରୁଆ, ଉଦେକର ପାଉଳେ,ଫଗୁଲାଲ ପଧାନ ତଥା ସଭାପତି ଶ୍ରୀ ମଲ୍ଲିକଙ୍କ ସମେତ ଶିଶୁପାଳ ଧୁରୁଆ,ନିରୂପମା ପାଉଳେ,ଭରତ ପଧାନ, ଜିତେନ୍ଦ୍ର ଗିରି,ପାର୍ବତୀ ଧୁରୁଆ, ଶ୍ୟାମା ପଧାନ,ସରୋଜ ଧୁରୁଆ,ମହେଶ ଧୁରୁଆ,,ସୋଦନା ସିଦାର,ହାରାଚାନ୍ଦ ଗଡତିଆ,ସତ୍ୟାନନ୍ଦ ମେହେର, ଟେକା ରାମ ମେହେର, ଥଣ୍ଡା ଗରିଆ,ଭକ୍ତରାମ ସା,ପ୍ରଶାନ୍ତ ଖମାରୀ,ବିଷ୍ଣୁ ସାହୁ, ପ୍ରମୋଦ ଖମାରୀ, ସମ୍ରାଟ ମେହେର, ଦୀପକ ବେହେରା ପ୍ରମୁଖ ବାଞ୍ଜିପାଲି ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

More Stories