ଅପହୃତ ରାଇସ୍ ମିଲ୍ ମାଲିକ ଉଦ୍ଧାର, କୀଡ଼ନପ୍ କାରଣ ଏବେ ବି ଅସ୍ପଷ୍ଟ


ଜୟପୁର: କୋରାପୁଟରେ ଅପହୃତ ରାଇସ ମିଲ୍ ମାଲିକଙ୍କୁ ଅପହରଣର ୪୮ ଘଣ୍ଟା ପରେ ଜିଲ୍ଲା ପୋଲିସ ଉଦ୍ଧାର କରିଛି । ଗତକାଲି ବିଳମ୍ବିତ ରାତିରେ ରାଇସ୍ ମିଲ୍ ମାଲିକ ଏ. ରମେଶ ପାତ୍ରଙ୍କୁ ପୋଲିସ ଉଦ୍ଧାର କରିବା ପରେ ତାଙ୍କ ଘରେ ଛାଡିଛି । ତେବେ ତାଙ୍କୁ କିଏ ଓ କେଉଁ ଉଦ୍ଦେଶ୍ୟରେ ଅପହରଣ କରିଥିଲା ଏଯାଏଁ ସ୍ପଷ୍ଟ ହୋଇପାରିନି ।

ଗତ ଶୁକ୍ରବାର ଦିନ ରମେଶ ବୋରିଗୁମ୍ମା ଥାନା ଅନ୍ତର୍ଗତ ପେରାହାନ୍ଦି ମିଲରୁ ନିଜ ଘରକୁ ଫେରିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଅପହରଣ କରି ନେଇଥିଲେ । ଏ ନେଇ ତାଙ୍କ ପରିବାର ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାସହ କୋରାପୁଟ ଏସପିଙ୍କ ଦ୍ବାରସ୍ଥ ହୋଇ ତାଙ୍କୁ ଫେରାଇ ଆଣିବାକୁ ଅନୁରୋଧ କରିଥିଲେ । ପରେ କୋରାପୁଟ ଏସପିଙ୍କ ନିର୍ଦ୍ଦେଶରେ ଜୟପୁର ଏସଡିପିଓ ଅଙ୍କିତ ବର୍ମାଙ୍କ ନେତୃତ୍ୱରେ ତିନୋଟି ଟିମ୍ ଗଠନ କରାଯାଇ ଖୋଳତାଡ଼ ଆରମ୍ଭ କରାଯାଇଥିଲା ।

ଗତକାଲି ପୋଲିସ ରମେଶଙ୍କୁ ଉଦ୍ଧାର କରି ବିଳମ୍ବିତ ରାତିରେ ପରିବାର ଲୋକଙ୍କ ହସାନ୍ତର କରିଛଚି । ରମେଶଙ୍କୁ ଦୁର୍ବୃତ୍ତମାନେ କେଉଁ କାରଣ ପାଇଁ ଅପହରଣ କରିଥିଲେ, ଅପହରଣ ପଛରେ କେଉଁ କାରଣ ରହିଛି ତାହା ଜଣାପଡ଼ିନାହିଁ ।