Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀ ଙ୍କୁ ଏସ ବି ଏଲ ଏନ ଜି ଓ ପକ୍ଷରୁ ୨୫ ଦଫା ଦାବିପତ୍ର ପ୍ରଦାନ।

ବ୍ରହ୍ମପୁର,୧୫/୦୭
ଜାତୀୟ ସ୍ତରୀୟ ଏନ ଜି ଓ ସ୍ଥାୟୀ ବିକାଶ ଲକ୍ଷ୍ୟ ପକ୍ଷରୁ ଆଜି ଭୂବନେଶ୍ବର ଠାରେ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ଶୁଣାଣୀ ଅବସରରେ ଏକ ପ୍ରତିନିଧିଦଳ ମୁଖ୍ୟମନ୍ତ୍ରୀ ମୋହନ ମାଝି ଙ୍କୁ ଭେଟି ଏକ ୨୫ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଙ୍କ ପକ୍ଷରୁ ଦାବି ନେଇ ରାଜ୍ୟ ଯୋଜନା ବିଭାଗକୁ ଏହାକୁ କାର୍ଯ୍ୟକ୍ଷମ କରାଇବାକୁ ନିର୍ଦେଶ ଦେଇଥିବା ଜଣାଯାଇଛି। ବ୍ରହ୍ମପୁର ର ଏନ ଜି ଓ ଏସ ବି ଏଲ ର ସଭାପତି ରବିନ୍ଦ୍ର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଆଜି ଏକ ୧୫ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ରାଜ୍ୟର ବିଭିନ୍ନ ସ୍ଥାନ ରେ କଥା କଥାକୁ ନେଇ ବାସନ୍ଦ ଘଟଣାକୁ ବନ୍ଦ କରିବା, ଚାଷୀ ଙ୍କ ଦ୍ବାରା ଉତ୍ପାଦିତ ଦ୍ରବ୍ୟର ବିକ୍ରିବଟା ପାଇଁ ଗ୍ରାମ ସ୍ତରରେ ଗ୍ରାମସାଟ ସହ ଶିତଳ ଭଣ୍ଡାର ନିର୍ମାଣ, ଅସମ୍ପୂର୍ଣ୍ ଭାବେ ପଡି ରହିଥିବା ପିପଳପଙ୍କା ଡ଼୍ୟାମ, ଘଂଟେଶ୍ୱର ପ୍ରକଳ୍ପ,ଜାନିବଲି,ଛେଳିଗଡ ପ୍ରକଳ୍ପ ତ୍ୱରିତ କରିବା, ପ୍ରତ୍ୟେକ ବିଭାଗର ସାମାଜିକ ଗଣ ମାଧ୍ୟମ ଆକାଉଣ୍ଟ ପ୍ରସୃତ କରିବା, ବିଭିନ୍ନ ବିଭାଗରେ ଚାଲିଥିବା ଦୁର୍ନୀତି କୁ ରୋକିବା ଆଦି ଦାବି ଉପସ୍ଥାପନ କରାଯାଇଥିଲା।ଏହା ସହ ଏହି ପ୍ରତିନିଧି ଦଳ ଅପରାହ୍ନରେ ବ୍ରହ୍ମପୁର ସାଂସଦ ଡ଼ ପ୍ରଦୀପ ପାଣିଗ୍ରାହୀ ଙ୍କୁ ସାକ୍ଷାତ କରି ୨୫ ଦଫା ଦାବି ପତ୍ର ମଧ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ରାଜିବ ଲୋଚନ ମିଶ୍ର, ସମ୍ପାଦକ ଉମା ଶଙ୍କର ସାହୁ,, ଜଗନ୍ନାଥ ସାହୁ, ସୂର୍ଯ୍ୟ ନାରାୟଣ ତ୍ରୀପାଠୀ, ଜୟ ସେନ ସାସମଲ ପ୍ରମୁଖ ସାମିଲ ରହିଥିଲେ।