Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁନାବେଶ ଦେଖିବାକୁ ପୁରୀ ଆସୁଛନ୍ତି କି ? ଜାଣନ୍ତୁ କେଉଁ ବାଟେ କେମିତି ଆସିବେ…

ପୁରୀ: ଆଜି ଶ୍ରୀଜିଉଙ୍କ ସୁନାବେଶ । ରଥ ଉପରେ ମହଣ ମହଣ ସୁନାରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ତିନି ଠାକରୁ । ଏଥିପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଗହଳି ଜମିବ । ମହାପ୍ରଭୁଙ୍କ ସୁନାବେଶ ଶୃଙ୍ଖଳିତ ଭାବେ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହାସହ ପୁରୀ ଆସୁଥିବା ଭକ୍ତଙ୍କ ଗାଡ଼ି ପାର୍କିଂ ପାଇଁ ମଧ୍ୟ ସୁବ୍ୟବସ୍ଥା ହୋଇଛି । ଆସନ୍ତୁ ଜାଣିବା ଆଜି ଶ୍ରୀକ୍ଷେତ୍ର ଆସୁଥିଲେ ଆପଣ କେଉଁ ରୁଟରେ ଆସିବେ ଓ ଗାଡ଼ି କେଉଁଠି ରଖିବେ ।

ଯେଉଁମାନେ ଭୁବନେଶ୍ୱର ପଟୁ ୪ ଚକିଆରେ ଆସୁଥିବେ ସେମାନେ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସର, ବ୍ରହ୍ମଗିରି ପଟୁ ଆସୁଥିବା ଯାତ୍ରୀ ଜଗନ୍ନାଥ ବଲ୍ଲଭ, ୟାତ୍ରିକା ପ୍ୟାଲେସ୍ ଏବଂ ନୋଳିଆ ଫିଲଡରେ ପାର୍କିଂ କରିବେ । କୋଣାର୍କ ପଟୁ ଆସୁଥିବା ଯାତ୍ରୀ, ଇଣ୍ଡୋର ଷ୍ଟାଡ଼ିୟମ୍, ଆଇଟିଆଇ ଏବଂ ହେଲିପ୍ୟାଡ୍ ପାର୍କିଂରେ ଗାଡ଼ି ରଖିବେ ।

ଭୁବନେଶ୍ୱର ପଟୁ ଆସୁଥିବା ଟୁରିଷ୍ଟ ବସ୍ ମାଳତୀପାଟ ପୁରରେ ଓ ଦୈନିକ ବସ୍ ତାଳବଣିଆଠାରେ ପାର୍କିଂ କରିବେ । ସେହିପରି ଭୁବନେଶ୍ୱର ପଟୁ ଆସୁଥିବା ଦୁଇ ଚକିଆ ଯାନ ପାଇଁ ଜଗନ୍ନାଥ ବଲ୍ଲଭ, ଜେଲ୍ ରୋଡ୍, ମାଟିତୋଟା ପାର୍କିଂ ଏବଂ କୋଣାର୍କ ପଟୁ ଆସୁଥିଲେ ବ୍ଲୁ ଫାଗ୍ ବିଚ୍, ହୋଟେଲ୍ ନୀଳାଚଳ ଅଶୋକ, ହଲିଡେ ରିସର୍ଟ ପଛପଟ ପାର୍କିଂରେ ଗାଡ଼ି ରଖିବେ।

ଶ୍ରଦ୍ଧାଳୁମାନେ ବ୍ୟାରିକେଡରେ ନନ୍ଦିଘୋଷ ରଥ ପାର୍ଶ୍ୱ ଦେଇ ୱାନ ୱେରେ ପ୍ରଥମେ ଶ୍ରୀଜଗନ୍ନାଥ, ପରେ ଦେବୀ ସୁଭଦ୍ରା ଓ ଶେଷରେ ପ୍ରଭୁ ବଳଭଦ୍ରଙ୍କୁ ଦର୍ଶନ କରି ତାଳଦଧ୍ୱଜ ରଥ କଡ଼େ କଡ଼େ ଫେରିବା ଲାଗି ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ଏବଂ ଭିଡ଼ ନିୟନ୍ତ୍ରଣ ଲାଗି ପୁରୀରେ ମୋଟ୍ ୧୯୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ