Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବଢୁଛି ନିର୍ବାଚନୀ ତାତି; ବିଜେଡିରେ ଯୋଗ ଦେଲେ ମହେନ୍ଦ୍ର ନାୟକ

ଭୁବନେଶ୍ୱର: ପାଖେଇ ଆସୁଛି ନିର୍ବାଚନ। ବଢୁଛି ଝାରସୁଗୁଡ଼ା ଉପନିର୍ବାଚନ ତାତି। ଶକ୍ତିଶାଳୀ ହେବାରେ ଲାଗିଛି ଶାସକ ଦଳ। ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗ ଦେଇଛନ୍ତି ମହେନ୍ଦ୍ର ନାୟକ । ୨୦୧୯ର କଂଗ୍ରେସ ବିଧାୟକ ପାର୍ଥି ହୋଇଥିବା ମହେନ୍ଦ୍ର ନାୟକ ବିଜେଡିରେ ମିଶିଲେ।

୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସରୁ ପାର୍ଥୀ ହୋଇ ନିର୍ବାଚନ ଲଢିଥିଲେ ମହେନ୍ଦ୍ର। ସେ ୧୮୮୨୩ ଖଣ୍ଡ ଭୋଟ ପାଇଥିଲେ । ଝାରସୁଗୁଡା ଓ ବଲାଙ୍ଗୀର ଜିଲ୍ଲାର ବହୁ କର୍ମକର୍ତ୍ତା ବିଜେଡିରେ ସାମିଲ ହୋଇଛନ୍ତି । ସେ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିକାଶ ଧାରାକୁ ଆଗକୁ ନେବା ପାଇଁ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଆଦିବାସୀ ସମାଜ ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ ରଖିଛି ।