Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପେନ୍‌ସନ୍‌ ପାଇଁ ଚୌକି ଧରି ବ୍ୟାଙ୍କ ଗଲେ ବୃଦ୍ଧା; ବର୍ଷିଲେ ଅର୍ଥମନ୍ତ୍ରୀ

ନବରଙ୍ଗପୁର: ଚୌକିକୁ ଆଶାବାଡି କରି ବ୍ୟାଙ୍କ ଆସି ପେନ୍‌ସନ ଟଙ୍କା ନେଲେ ବୃଦ୍ଧା। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ ମାମଲାକୁ ଗୁରୁତର ସହ ନେଇଛନ୍ତି ଆଉ ଉଦବେଗ ପ୍ରକାଶ କରିଛନ୍ତି। ଏଥିସହ ସଂପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ବିଭିନ୍ନ ପ୍ରଶ୍ନ ମଧ୍ୟ କରିଛନ୍ତି।

ବୃଦ୍ଧା ଜଣଙ୍କ ହେଉଛନ୍ତି ନବରଙ୍ଗପୁର ଜିଲ୍ଲାର ସୂର୍ଯ୍ୟ ହରିଜନ। ତାଙ୍କ ଗୋଡର ଆଙ୍ଗୁଳିରେ କିଛି ସମସ୍ୟା ଥିବାରୁ ସେ ଚୌକିକୁ ଆଶ୍ରା କରି ବ୍ୟାଙ୍କରେ ପହଞ୍ଚି ପେନ୍‌ସନ ଆଣିଥିଲେ। ପେନସନ ଆଣିବାକୁ ତାଙ୍କର କେହି ବିଶ୍ୱସ୍ତ ନଥିବାରୁ ସେ ଏଭଳି କରିଥିବା ଜଣାପଡ଼ିଛି।

ଏହି ଭିଡିଓକୁ ଦେଖିବା ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ଷୋଭ ପ୍ରକାଶ କରିଛନ୍ତି। ପରେ ସଂପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ ଏହାର ଜବାବରେ କହିଛନ୍ତି ଯେ, ବ୍ୟାଙ୍କ ମ୍ୟାନେଜର ତୁରନ୍ତ ତାଙ୍କର ପେନସନ ଟଙ୍କା ପୈଠ କରିଥିଲେ । ଆଗାମୀ ଦିନରେ ବୃଦ୍ଧାଙ୍କୁ ବ୍ୟାଙ୍କ ଆସିବାକୁ ପଡ଼ିବ ନାହିଁ। ବ୍ୟାଙ୍କ ତରଫରୁ ତାଙ୍କୁ ଘରେ ଯାଇ ଟଙ୍କା ଦିଆଯିବାର ବ୍ୟବସ୍ଥା କରାଯାଇଛି ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ସୀତାରମଣଙ୍କୁ ଟ୍ୱିଟରରେ ଅବଗତ କରାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories