Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା ରେ ଶ୍ରୀ ଜୀଉମାନଙ୍କର ସୁନାବେଶ ଦର୍ଶନ ପାଇଁ ବହୁ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ସମାଗମ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଠାରେ ଶ୍ରୀଜୀଉମାନଙ୍କ ସୁନାବେଶ ଆଜି ଅନୁଷ୍ଠିତ ହୋଇଛି ।‌ ସୁବଳୟା ବଡ଼ଦାଣ୍ଡରେ ରଥ ଉପରେ ଅନୁଷ୍ଠିତ ଠାକୁର ମାନଙ୍କ ଏହି ବେଶ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା ।‌ ରଥ ଉପରେ ଠାକୁରଙ୍କୁ‌ ସୁନା ମୁକୁଟ , ମାଳି , ନାକଚଣା ଓ ବାହୁଟି ଆଦି ଅଳଙ୍କାର ରେ ସଜ୍ଜିତ କରାଯାଇଥିଲା ।‌ ସୁବଳୟା ଜଗନ୍ନାଥ ମନ୍ଦିରର ପୂଜକ ସନ୍ତୋଷ ପୂଜାରୀ , ଘlଷିରlମ ପୁଝlରି , ବିଶ୍ୱଜିତ ପୁଝlରୀ ଠାକୁର ମାନଙ୍କୁ ସୁନାବେଶରେ ସଜ୍ଜିତ କରିଥିଲେ । ଆଖାପାଖ ଗ୍ରାମର ବହୁ ଶ୍ରଦ୍ଧାଳୁ , ଭକ୍ତମାନଙ୍କର ଭିଡ ଲାଗି ରହିଥିବା ବେଳେ ଏ ଅବସରରେ ଭଜନ , ସଙ୍କୀର୍ତ୍ତନ ଓ ଘଣ୍ଟବାଦ୍ୟ ସାଙ୍ଗକୁ ଭକ୍ତଜନଙ୍କ ହରିବୋଲ , ହୁଳହୁଳି ଧ୍ୱନିରେ ସ୍ଥାନୀୟ ପରିବେଶ ମୁଖରିତ ହୋଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ