Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯାଜପୁର ମେଡିକାଲ କଲେଜକୁ ମଞ୍ଜୁରୀ, ୫୦ ସିଟରେ ହେବ ନାମଲେଖା

ଯାଜପୁର: ଯାଜପୁରବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି । ଯାଜପୁର ମେଡିକାଲ କଲେଜକୁ ମଞ୍ଜୁରୀ ମିଳିଛି । ଚଳିତବର୍ଷ ୫୦ ସିଟରେ ହେବ ନାମଲେଖା ।

ଜାତୀୟ ମେଡିକାଲ କମିଶନ ଯାଜପୁର ମେଡିକାଲ କଲେଜ ପାଇଁ ୫୦ ସିଟକୁ ମଞ୍ଜୁରୀ ଦେଇଛନ୍ତି । ତେବେ ୧୦୦ ସିଟରେ ନାମଲେଖା ପାଇଁ ମଞ୍ଜୁରୀ ଦେବାକୁ ଦାବି ହୋଇ ଆସୁଥିବା ବେଳେ କେନ୍ଦ୍ର ସରକାର ୫୦ ସିଟ କରିବାକୁ ନେଇ କିଛିଟା ଅସନ୍ତୋଷ ଦେଖିବାକୁ ମିଳିଛି ।

ମେଡିକାଲ କଲେଜ ପାଇଁ ମଞ୍ଜୁରୀ ମିଳିବା ପରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯାଜପୁରବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ୧୦୦ ସିଟ ପାଇଁ ମଞ୍ଜୁରୀ ମିଳିଥିଲେ ଆହୁରି ଖୁସି ଲାଗିଥାନ୍ତା ବୋଲି ନବୀନ କହିଛନ୍ତି । କେନ୍ଦ୍ର ସରକାର ସିଟ୍ ସଂଖ୍ୟା ୧୦୦କୁ ବଢାଇବେ ବୋଲି ଆଶା ରଖିଛୁ ବୋଲି ସେ ନବୀନ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ