Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଖୋଜ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର

ଝାରସୁଗୁଡା ୧୯/୭(ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା କନକତୋରା ଫାଣ୍ଡି ଅନ୍ତର୍ଗତ କୁଶମେଲ ଗ୍ରାମ ନିକଟସ୍ଥ ହୀରାକୁଦ ଜଳଭଣ୍ଡାର ଭିତରୁ ତିନି ଦିନରୁ ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହକୁ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ହେଉଛନ୍ତି ରେଙ୍ଗାଲି ଥାନା କଣ୍ଢେଇକେଲା ଫାଣ୍ଡି ଅନ୍ତର୍ଗତ ପିଥିଣ୍ଡା ପଞ୍ଚାୟତ ତିଲଗି ଗ୍ରାମର ଜୟମଙ୍ଗଳ ଦେହେରିଙ୍କ ୨୬ ବର୍ଷୀୟ ପୁଅ ମୁକେଶ ଦେହେରି ।
ପୁଲିସ ର ସୂଚନା ଅନୁଯାୟୀ ମୃତ ମୁକେଶ ଗତ ୧୬ ତାରିଖରୁ ଘରୁ କେଉଁ ଆଡ଼େ ଚାଲି ଯାଇଥିଲେ । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ । ତେଣୁ ୧୭ ତାରିଖ ବୁଧବାର ଦିନ ନିଖୋଜ ଥିବା ନେଇ ପରିବାର ଲୋକ କଣ୍ଢେଇକେଲା ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ବାଦିମାଲ ପଞ୍ଚାୟତ ଅନ୍ତର୍ଗତ କୁଶମେଲ ଗ୍ରାମର କିଛି ଲୋକ ହୀରାକୁଦ ଜଳଭଣ୍ଡାର ଭିତରେ ଥିବା ଶୁଖିଲା ଜମିରେ ପନିପରିବା ଚାଷ ପାଇଁ ଯାଇଥିବା ବେଳେ ଏକ ମୃତଦେହ ଗଛ ଡାଳରେ ଝୁଲୁଥିବା ଦେଖି ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ରେଙ୍ଗାଲି ଥାନାଧିକାରୀ ଅଭିମନ୍ୟୁ ଦୁର୍ଗାଙ୍କ ନିର୍ଦ୍ଦେଶ କ୍ରମେ କନକତୋରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗଛ ଡାଳରେ ଝୁଲୁଥିବା ମୃତଶବଟି ତିଲଗି ଗ୍ରାମର ନିଖୋଜ ଥିବା ଯୁବକ ମୁକେଶ ଦେହେରି ଙ୍କ ବୋଲି ଚିହ୍ନଟ କରି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିବା ପରେ ଶବକୁ ଜବତ କରିବା ସହିତ ପଞ୍ଚନାମା ପରେ ବ୍ୟବଚ୍ଛେଦ ପାଇଁ ଝାରସୁଗୁଡା ପଠା ଯାଇଥିଲା । ପରିବାର ଲୋକଙ୍କ ଲିଖିତ ଅଭିଯୋଗ ଅନୁସାରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । କେଉଁ କାରଣରୁ ମୁକେଶ ଆତ୍ମହତ୍ୟା ପନ୍ଥା ଆପଣେଇଲେ ତାହା ସ୍ୱଷ୍ଟ ଭାବେ ଜଣା ପଡ଼ିନାହିଁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ