ସୋନପୁର ସହରର ବିଭିନ୍ନ ସମସ୍ୟା ନେଇ ଏସ୍ ପି ଙ୍କୁ ଭେଟି ଦାବୀ ଜଣାଇଲେ ସୋନାଲି ବିଶି


ସୋନପୁର : (ସୌମିତ୍ରି ମେହେର) ସୋନପୁର ସହରର ବିଭିନ୍ନ ସମସ୍ୟାକୁ ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଯୁବ ନେତ୍ରୀ ତଥା ଚଳିତ ନିର୍ବାଚନର ବିଧାୟିକା ପ୍ରାର୍ଥୀନୀ ସୋନାଲି ବିଶି ସୋନପୁର ଏସପି ୟଶ ପ୍ରତାପ ଶ୍ରୀମାଲ ଓ ଆଇଆଇସି ରମେଶ ମାହାଣା ଙ୍କୁ ସାକ୍ଷାତ କରିବା ସହ ଏକ ଦାବି ପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି । ଉକ୍ତ ଦାବୀ ଗୁଡ଼ିକ ହେଲା ବ୍ଲକ୍ ଛକରୁ ଆମ୍ବେଦକର ଛକ ମଝିରେ ପାର୍କିଂ ବ୍ୟବସ୍ଥା , ପଞ୍ଚରଥ ମନ୍ଦିର- ବଡବଜାର ମଝିରେ ଏକ ପାର୍କିଂ ବ୍ୟବସ୍ଥା , ବୁଢ଼ାରଜା ଓ ପଟାଭାଡ଼ି ଛକରେ ଟ୍ରାଫିକ ପୋଲିସ ଓ ଟ୍ରାଫିକ ଲାଇଟ୍ ର ବ୍ୟବସ୍ଥା , ମହାନଦୀ ପୋଲ ଉପରେ ଚାରି ଚକିଆ ଗାଡ଼ି ପାର୍କିଂ ବନ୍ଦ କରିବା ସହ ପାର୍କିଂ କଲେ ଫାଇନର ବ୍ୟବସ୍ଥା ଓ ପୋଲର ଉଭୟ ପାର୍ଶ୍ଵରେ ସୂଚନା ଫଳକ ସହ ଫାଇନ ବିଷୟ ରେ ସୂଚନା ବୋର୍ଡ ଦେବା ତଥା ସହରରେ ବୁଲା ଗୋରୁ ଗାଈମାନଙ୍କୁ ରାସ୍ତାରୁ ଗୋଶାଳାକୁ ନେବାର ବ୍ୟବସ୍ଥା କରିବା ପାଇଁ ଏକ ଲିଖିତ ଦାବୀପତ୍ର ପ୍ରଦାନ କରିଥିଲେ । ଏହି ସବୁ ଦାବୀ ର ଯଥା ଶୀଘ୍ର ସମାଧାନ କରାଯିବା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟଶ ପ୍ରତାପ ଶ୍ରୀମାଲ୍ ଦୃଢ଼ ପ୍ରତିଶ୍ରୁତି ଦେଇଥିବା ଶ୍ରୀମତୀ ସୋନାଲି ବିଶି କହିଛନ୍ତି ।

ଗଞ୍ଜେଇ ଚ଼ଢ଼ାଉ କରିବାକୁ ଯାଇ ମାଡ଼ ଖାଇଲେ ୨୬ ପୁଲିସ୍ ଘଟଣା ସ୍ଥଳରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ।ପାରଳାଖେମୁଣ୍ଡି:୨୩/୩(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପୀଡ଼ିମାରୀ ଗ୍ରାମରେ ଶୁକ୍ରବାର ୨୦ କ୍ଵିଣ୍ଟାଲ ଗଞ୍ଜେଇ ଜବତ ଓ ୮ଜଣ ବ୍ୟବସାୟୀଙ୍କୁ ଗିରଫ କରି ପୁଲିସ ମୋହନା ଫେରୁଥିବା ବେଳେ ଗ୍ରାମଠାରୁ କିଛି ଦୂରତାରେ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଡ଼ିଏସପି, ଜଣେ ଥାନା ଅଧିକାରୀ ଓ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ।ଆଜି ଗଜପତି ଏସପି ଯତୀନ୍ଦ୍ର ପଣ୍ଡାଙ୍କ ନେତୃତ୍ଵରେ ରା.ଉଦୟଗିରି ଏସଡ଼ିପିଓ ଅମିତାଭ ପଣ୍ଡାଙ୍କ ସମେତ ମୋହନା , ଅଡ଼ବାପାରଳାଖେମୁଣ୍ଡି,ରା.ଉଦୟଗିରି, ରାୟଗଡ଼,କାଶୀନଗର,ରାମଗିରି,ସେରଙ୍ଗ ଆଦି ଥାନା ଗୁଡ଼ିକର ଅଧିକାରୀ, କର୍ମଚାରୀ ଓ ୧୦ ପ୍ଲାଟୁନ  ପୁଲିସ ଫୋର୍ସ ସଦଳବଳେ ଆଜି ପୀଡ଼ିମାରୀ ଗ୍ରାମରେ ପହଞ୍ଚି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତିି। ଏହା ସହ ପୁଲିସ ଗାଡ଼ି ଭଙ୍ଗାରୁଜା,ଆକ୍ରମଣରେ ସଂପୃକ୍ତ ୩ ଜଣ ଓ ଗଞ୍ଜେଇ ବ୍ୟବସାୟୀ ୨ ଜଣଙ୍କୁ ଗିରଫ କରିଛନ୍ତି। ବଡ଼ ବଡ଼ ଟିଣ ବାକ୍ସରେ ଲୁଚାଇ ରଖାଯାଇଥିବା ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି। ଆଉ ଯେଉଁମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ସମସ୍ତଙ୍କୁ ଖୁବ୍ ଶୀଘ୍ର ଧରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଶ୍ରୀ ପଣ୍ଡା କହିଛନ୍ତି।