Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜାପୁର ଦୈନିକ ପରିବା ବଜାର ରେ ଆକାଶ ଛୁଆଁ ପନିପରିବା ଦର

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଦୈନିକ ପରିବା ବଜାରରେ ପନିପରିବା ଦର ଆକାଶଛୁଆଁ ହୋଇଥିବା ଦେଖିବାକୁ ମିଳିଛି। ଶାଗ ରୁ ଆରମ୍ଭ କରି ପ୍ରତ୍ୟେକ ପରିବା ଦର ୫୦ ଟଙ୍କା ଉପରେ ରହିଛି । ସବୁଠୁ ଉପରେ ରହିଛି ଟମାଟୋ ଦର । ଯେଉଁ ଟମାଟୋ ଗତ ସପ୍ତାହରେ କିଲୋ ୪୦ ଟଙ୍କା ଦରରେ ମିଳିଥିଲା ତାହା ଆଜି ୮୦  ଟଙ୍କା ହୋଇଯାଇଛି । ସେହିପରି ଭେଣ୍ଡି ୬୦ ,କଲରା ୬୦ , ମୁଲା ୪୦, ପୋଟଲ ୬୦, ବାଇଗଣ ୫୦, ଫୁଲ କୋବି ୬୦ , ଶାଗ ୪୦, ପିଆଜ ଓ ଆଲୁ ୩୦ , ଲଙ୍କା ୨୦୦ ଟଙ୍କା କିଲୋ ପ୍ରତି ବିକ୍ରି ହୋଉଥିବା ଦେଖିବାକୁ ମିଳିଥିଲା । ଏଠାରେ ଶୀତଳ ଭଣ୍ଡାର ନ ଥିବାରୁ ଏ ଅଞ୍ଚଳର ଚାଷୀ ବିଭିନ୍ନ ପ୍ରକାର ପନିପରିବା ଅତି କମ୍ ମୂଲ୍ୟରେ ବିକ୍ରି କରି ଦେଇଥିଲେ l ବର୍ତ୍ତମାନ ପରିବା ଦର ଆକାଶଛୁଆଁ ହେବାଯୋଗୁଁ ଗରିବ ଓ ମଧ୍ୟମ ବର୍ଗ ପରିବାର ଏଥିରେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ସମସ୍ତ ପ୍ରକାର ପରିବା ଯେଉଁ ପରିମାଣରେ ହାଟକୁ ଆସିବା କଥା ଆସୁନଥିବା ରୁ ଦର ବଢ଼ିଥିବା ଜଣାଯାଇଛି । ମହାରାଷ୍ଟ୍ର , ନାଶିକ ଓ ଛତିଶଗଡ଼ ରୁ ଟୋମାଟ ଆସୁଥିଲା ସେଠାରେ ବର୍ଷା ଯୋଗୁଁ ଅମଳ ହୋଇପାରୁନାହିଁ । ଯାହା ଫଳରେ ଏଠାରେ ଦର ବଢ଼ି ବାକୁ ଲାଗିଛି ବୋଲି ଶୁଣିବାକୁ ମିଳୁଛି। ଏଭଳି ସ୍ଥିତି ଆହୁରି କିଛି ସପ୍ତାହ ଲାଗି ରହିପାରେ ବୋଲି ସ୍ଥାନୀୟ ବ୍ୟବସାୟୀ ମାନେ ପ୍ରକାଶ କରିଛନ୍ତି। 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ