ବିରମହlରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା କସ୍ତୁରବାଗାନ୍ଧି ଆବାସିକ ବାଳିକା ବିଦ୍ୟାଳୟ (କେ.ଜି.ବି.ଭି) ହଷ୍ଟେଲ ମୁଖ୍ୟ ରୋଷେୟା ନିଯୁକ୍ତି ରେ ହୋଇଥିବା ଅନ୍ୟୟମିତତା ର ପର୍ଦ୍ଦାଫାସ କରିଛନ୍ତି ସୁଚନା ଅଧିକାର କର୍ମୀ ଉପେନ୍ଦ୍ର ଦାଶ । ନିଯୁକ୍ତି ପାଇଥିବା ମୁଖ୍ୟ ରୋଷେୟା ବୈଜୟନ୍ତି ବେହେରା , ଜାନୁୟାରୀ ୪ ତାରିଖ ୨୦୨୪ ମା ମଙ୍ଗଳା ସ୍ୱୟଂ ସହାୟିକା ଗୋଷ୍ଟି ରେ ସଭ୍ୟା ଭାବେ ସାମିଲ ହୋଇଥିଲେ। ଚିତ୍ରୋତ୍ପଳା ମହିଳା ମହାସଂଘ ବୀରମହାରାଜପୁର ଙ୍କ ପତ୍ର ସଂଖ୍ୟା ୧୯୭/ତା ୨୯.୦୯.୨୦୨୩ ଅନୁଯାୟୀ ମୁଖ୍ୟ ରୋଷେୟା ନିଯୁକ୍ତି ପାଇଁ ଆବେଦନ ର ଶେଷ ତାରିଖ ୦୫/୧୦/୨୦୨୩ ଥିଲା । ବୀରମହାରାଜପୁର ମିଶନ ଶକ୍ତି ଅଧୀନସ୍ତ ଚିତ୍ରୋତ୍ପଳା ମହିଳା ମହାସଂଘ ର ସମ୍ପାଦିକା ମମତା ସାହୁ ଚଞ୍ଚକତା କରି ଅଯୋଗ୍ୟ ହିତାଧିକାରୀ ବୈଜୟନ୍ତୀ ବେହେରା ଙ୍କ ଆବେଦନ ଫର୍ମ କୁ ବ୍ଲକ ସ୍ତରୀୟ କମିଟି ରେ ତା- ୧୧/୦୧/୨୦୨୪ ରିଖ ରେ ଉପସ୍ଥାପନ କରି ନିଯୁକ୍ତି ଦେଇଛନ୍ତି । ସୂଚନା ଅଧିକାର କର୍ମୀ ଉପେନ୍ଦ୍ର ଦାଶ , ସୂଚନା ଅଧିକାର ଆଇନ ୨୦୦୫ ଅନୁଯାୟୀ ସମସ୍ତ ତଥ୍ୟ ସମ୍ପାଦିକା , ମାଁ ମଙ୍ଗଳା ସ୍ୱୟଂ ସହାୟିକା ଗୋଷ୍ଟି , ସୁବଳୟା (ପନ୍ଥାଇପଡା) ଙ୍କ ଠାରୁ ହସ୍ତଗତ କରିଛନ୍ତି ।ପୁନଶ୍ଚ ମୁଖ୍ୟ ରୋଷେୟା ନିଯୁକ୍ତି ଅନିୟମିତତା ନେଇ ନିର୍ଦ୍ଧାରିତ ସମୟ ମଧ୍ୟରେ ଆବେଦନ କରିଥିବା ପ୍ରାର୍ଥୀନି ୧- ବଲ୍ଲଭି ବେହେରା , ୨- ପୁଷ୍ପାଞ୍ଜଲି ସାହୁ , ୩-ଭାରତୀ ଭୁକ୍ତା , ୪-ବବଲି ମଲ୍ଲିକ , ୫- କୌଶଲ୍ୟା ମେହେର ଓ ୬. ବାସନ୍ତି ବେହେରା ତା ୦୫/୦୭/୨୦୨୪ ରିଖ ରେ ଜିଲ୍ଲା ଶିକ୍ଷାଧିକାରି ସୁବର୍ଣ୍ଣପୁର ଓ ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଅନିୟମିତତା ନିଯୁକ୍ତି କରିଥିବା ବ୍ଲକ ସ୍ତରୀୟ ମହାସଂଘ ଏବଂ ସମ୍ପୃକ୍ତ ଥିବା ଅଧିକାରୀ ଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।