Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗରିଆ ମୁଣ୍ଡା ଛକରୁ ବିପୁଳ ପରିମାଣ ରେ ଗଞ୍ଜେଇ ଜବତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ ଚାଲାଣ କରିଛି ସୁବଳୟା ପୁଲିସ

ବିରମହlରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ଗରିଆମୁଣ୍ଡା ଛକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣକରିଛି ସୁବଳୟା ପୁଲିସ । ସୂଚନା ଅନୁଯାୟୀ ଶନିବାର ସକାଳୁ ସୁବଳୟା ପୁଲିସ କୈାଣସି ସୁତ୍ରରୁ ଖବର ପାଇ ଉକ୍ତ ଛକ ନିକଟରେ ବସକୁ ଅପେକ୍ଷା କରିଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ସନ୍ଦେହ କରି ଯାଞ୍ଚ କରିଥିଲା। ଉଭୟଙ୍କ ଠାରୁ ରୁ ୪ କିଲୋ ଓ ୨.୭୦୦ କିଲୋ ଗଞ୍ଜେଇ ଜବତ କରିଥିଲା । ଦୁଇ ଗଞ୍ଜେଇ ବେପାରୀ ହେଲେ ଉତ୍ତର ପ୍ରଦେଶରର ଦେବରାଜ ୟ୍ଯାଦବ, ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଗ୍ରାମର ଗୈାର ବେହେରା ବୋଲି ଜଣାପଡିଛି। ପୁଲିସ ଉଭୟ ଙ୍କୁ ଗିରଫ କରି ଥାନlରେ ୧୭୩/୨୪ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।