Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଞ୍ଚଗାଁ ଶିଶୁ ମନ୍ଦିରରେ ବିଦ୍ୱତ ପରିଷଦ ଆଲୋଚନା ଚକ୍ର

ଝାରସୁଗୁଡା ୨୧/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ସଂକୁଳ ଅଧୀନସ୍ଥ ପଞ୍ଚଗାଁ ସରସ୍ୱତୀ ଶିଶୁ ମନ୍ଦିରରେ ୨୦୨୪-୨୫ ଶିକ୍ଷାବର୍ଷର ବିଦ୍ୟାଳୟ ସ୍ତରୀୟ ବିଦ୍ୱତ ପରିଷଦ ଆଲୋଚନା ଚକ୍ର ଶନିବାର ଦିନ ଅନୁଷ୍ଠିତ ହୋଇଥିଲା । ଉକ୍ତ ଆଲୋଚନା ଚକ୍ରରେ ଅବସରପ୍ରାପ୍ତ ଶିକ୍ଷକ ସେବକରାମ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦ୍ବୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ରଥ ଅତିଥି ପରିଚୟ ଓ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଗୁରୁମା ମଞ୍ଜୁଲତା କାଳସେ ସଭା ପରିଚାଳନା କରିଥିଲେ । ସମାଜ ଗଠନରେ ଶିଶୁ ବିଦ୍ୟା ମନ୍ଦିର ର ଭୂମିକା ଉପରେ ଉପସ୍ଥିତ ସଦସ୍ୟ ମାନେ ନିଜ ନିଜ ସୁଚିନ୍ତିତ ମତାମତ ଉପସ୍ଥାପନ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ଉଜ୍ବକ ଭବିଷ୍ୟତ କାମନା କରିଥିଲେ ।ବିଦ୍ୟାଳୟ ପରିଚାଳନା ସମିତିର କୋଷାଧ୍ୟକ୍ଷ ରୁଦ୍ର ଚରଣ ଭୋଇ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ସେବକ, ସେବୀକା ପରିଚାଳନାରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ