Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କତରବଗା ଶ୍ରୀଅରବିନ୍ଦ ଶିକ୍ଷାକେନ୍ଦ୍ରରେ ବନ ମହୋତ୍ସବ

ଝାରସୁଗୁଡା ୨୧/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ କତରବଗା ଗ୍ରାମ ପଞ୍ଚାୟତ ସ୍ଥିତ କତରବଗା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶନିବାର ଦିନ ବନ ମହୋତ୍ସବ ପାଳିତ ହୋଇ ଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଲବ ପଧାନଙ୍କ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହ ମୂଖ୍ୟ ଅତିଥି ଏବଂ ପଞ୍ଚଗାଁ ସମିତି ସଭ୍ୟ ରୋହିତ ଧୁରୁଆ, ଝାରସୁଗୁଡା ଜିଲ୍ଲା ଓୟୁଜେ କାର୍ଯ୍ୟକାରୀ ସଭାପତି ମହେନ୍ଦ୍ର କୁମାର ସାଏ,ବରିଷ୍ଠ ନାଗରିକ ଅର୍ଜ୍ଜୁନ ପଧାନ, ସମାଜସେବୀ ଚୈତନ୍ୟ ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ଦ୍ୱୀପ ପ୍ରଜ୍ବଳନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଅବସରରେ ବେଳପାହାଡ଼ ଟିଆରଏଲ କ୍ରୋସାକୀ ଦ୍ୱାରା ପ୍ରଦତ୍ତ ପ୍ରାୟ ୨୦୦ ରୁ ଅଧିକ ବିଭିନ୍ନ ପ୍ରକାର ଚାରା ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନେ ରୋପଣ କରିଥିଲେ । ଏଥିରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଅକ୍ଷୟ ସିଂହ,ଆଲୋକ ପଧାନ,ଅଜୟ ସାହୁ,ମନ୍ଦାକିନି ପଧାନ,ସନ୍ଧ୍ୟା ପଧାନ,କଳ୍ପନା ମହାନ୍ତି,ଶ୍ୱେତା ଗରିଆ,ଅନିତା ପଧାନ, ଶିବାନୀ ପଧାନ,ପମି ଖମାରୀ, ମୋନାଲିକା ବାରିକ,ଋତୁପର୍ଣ୍ଣା ସାହୁ,ସୁକୁମାରୀ କିସାନ,ଜୌତୀ ପଧାନ ତଥା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ରଶ୍ମିରେଖା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ