Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯୁବକ ଅମରେଶ ଖୁର୍ଡିଆ ଙ୍କ ବିୟୋଗରେ ଶୋକସଭା

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ମୁର୍ଷୁଣ୍ଢି ଠାରେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଗ୍ରାମର ଯୁବକ ଅମରେଶ ଖୁର୍ଡିଆ (୨୪)ଙ୍କ ବିୟୋଗରେ ସ୍ଥାନୀୟ ଯୁବକମାନଙ୍କ ଦ୍ୱାରା ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭ୍ୟ ଲବକୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଗଜଲକ୍ଷ୍ମୀ ପୂଜା କମିଟି, ଗଣେଶ ପୂଜା କମିଟି ଓ ସ୍ଥାନୀୟ ଏମ. ସ୍ପୋର୍ଟିଙ୍ଗ କ୍ଳବର ସଦସ୍ୟମାନେ ଯୋଗ ଦେଇଥିଲେ। ଅମରେଶଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସାହୁ, ସତ୍ୟମୋହନ ବେଦପାଣି, ତ୍ରୟଞ୍ଜିବ ମିଶ୍ରଙ୍କ ସମେତ ଅନ୍ୟ ଯୁବକମାନେ ମୃତକଙ୍କ ସ୍ମୁତିଚାରଣ କରିଥିଲେ। ମୃତ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ