ବୀରମହାରାଜପୁର : (ସୌମିତ୍ରି ମେହେର) ଜଳ ସେଚନ ପାଇଁ ମହାନଦୀ କୂଳ ରେ ସ୍ଥାପିତ ହେଲା ପାର୍ବତୀ ଗିରି ମେଗା ଉଠା ଜଳ ସେଚନ ପ୍ରକଳ୍ପ l କେବଳ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ରେ ୭ ଗୋଟି ପ୍ରକଳ୍ପ ସ୍ଥାପିତ ହୋଇଥିବା ବେଳେ ଏଥିପାଇଁ ଗୋଟିଏ ପ୍ରକଳ୍ପ ପିଛା ତତ୍କାଳୀନ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ୪୭ କୋଟି ୮୬ ଲକ୍ଷ ରୁ ଉର୍ଦ୍ଧ୍ଵ ଟଙ୍କା l ବୀରମହାରାଜପୁର ବ୍ଲକ ର ଖମେଶ୍ବରୀ ପାଲି ଏବଂ ସୁବଳୟା ଠାରେ ନିର୍ମିତ ପାର୍ବତୀ ଗିରି ମେଗା ଉଠା ଜଳ ସେଚନ ପ୍ରକଳ୍ପ ରୁ ଆଜି ଯାଏ ପହଞ୍ଚି ପାରିନାହିଁ କେନାଲ ପାଇପ ପାଣି l ବୀରମହାରାଜପୁର ବ୍ଲକ ରେ ସ୍ୱଳ୍ପ ବୃଷ୍ଟିପାତ ପାଇଁ ଏ ଯାଏ ଚାଷୀମାନେ ତଳି ପକାଇ ନ ଥିବା ଦେଖିବାକୁ ମିଳୁଛି l ସୁବଳୟା ମେଗା ଉଠା ଜଳ ସେଚନ ପ୍ରକଳ୍ପ ରୁ ୧୭୮୮ . ୯ ୩ ହେକ୍ଟର ଚାଷ ଜମିକୁ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ଥିବାବେଳେ, କେବଳ ଗୋଟିଏ ଦୁଇଟି ଗାଁ କୁ ଛାଡିଦେଲେ ଆଉ କେଉଁଠି ବି ପାଣି ପହଞ୍ଚି ପାରି ନଥିବା ଅଭିଯୋଗ ହେଉଛି l ଉକ୍ତ ମେଗା ଉଠା ଜଳସେଚନ ପ୍ରକଳ୍ପ ରୁ ସୁବଳୟା , ଗୋବିନ୍ଦପୁର , କେଲଗାଁ , ଏକତାଳ , ନୂଆପଡା , କେଉଁଟିପାଲି , ଗୋଧେନେଶ୍ୱର , ବଡ଼ ଖମାର , ଚନ୍ଦିଲି , ବାସୁଦେବପୁର , ଡୁମୁରି ସମେତ ୧୧ ଖଣ୍ଡ ଗ୍ରାମ କୁ ପାଣି ଯୋଗାଣ ପାଇଁ ନିର୍ଧାରଣ ହୋଇଛି l ୨0୨୩ ମସିହା ରେ ଏହା ଅନୁଷ୍ଠାନିକ ଭାବରେ ତତକାଳୀନ ନବୀନ ପଟ୍ଟନାୟକ ସରକାର ଉଦଘାଟନ କରିସାରିଛନ୍ତି l ଅପର ପକ୍ଷରେ ମେଗା ଉଠା ଜଳସେଚନ ପ୍ରକଳ୍ପ ର କର୍ମଚାରୀ ମାନଙ୍କ କହିବା ଅନୁସାରେ ଅନେକ ଜାଗାରେ ପାଇପ ଫାଟି ଯାଇଥିବାରୁ ସଜଡା ଚାଲିଛି , ଦିନେ କିମ୍ୱା ଦୁଇଦିନ ଭିତରେ ଚାଷ ଜମିକୁ ପାଣି ପହଞ୍ଚି ଯିବ l ସୁବଳୟା ପ୍ରକଳ୍ପ ସହିତ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ମେଗା ଉଠା ଜଳସେଚନ ପ୍ରକଳ୍ପ ର ଅବସ୍ଥା ମଧ୍ୟ ତଦ୍ରୁପ l ପାଣି ନ ପହଞ୍ଚି ଲେ ଫସଲ ନଷ୍ଟ ହେବାସହ, ଚାଷୀ ମାନଙ୍କ ତରଫରୁ ଆନ୍ଦୋଳନ ଦାନା ବାନ୍ଧୁଥିବା ଦେଖିବାକୁ ମିଳୁଛି l