ମାଛ ଜାଲରେ ପଡ଼ିଲା ମଣିଷ ଶବ


ପାରାଦୀପ: ସମୁଦ୍ରରେ ମାଛ ମାରୁଥିଲେ ମାତ୍ସ୍ୟଜୀବୀ । ଜାଲ ସମୁଦ୍ରରୁ ଉଠାଇବା ପରେ ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ ଚକିତ । କାରଣ ଜାଲରେ ମାଛ ତ ପଡ଼ିଥିଲେ । ହେଲେ ସାଙ୍ଗରେ ଏକ ମଣିଷ ଶବ ବି ଆସିଥିଲା । ମଝି ସମୁଦ୍ରରେ ଜାଲରେ ଏମିତି ମଣିଷ ଶବ ପଡ଼ିବା ମତ୍ସ୍ୟଜୀବୀଙ୍କୁ ଆଶ୍ଚର୍ଯ୍ୟ କରିଛି ।

ପାରାଦୀପ ଜଟାଧାର ମୁହାଣ ନିକଟ ସମୁଦ୍ରରେ ଜାଲ ପକାଇବା ବେଳେ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ଏମିତି ଶବ ଆସିଛି । ତେବେ ମୃତଦେହଟି କାହାର ? କେମିତି ତାଙ୍କର ମୃତ୍ୟୁ ହେଲା ? ଏଯାଏଁ ସ୍ପଷ୍ଟ ହୋଇପାରିନି । ମୃତଦେହଟି କୌଣସି ଏକ ବିଦେଶୀ ନାଗରିକଙ୍କ ହୋଇଥାଇପାରେ ବୋଲି ପୋଲିସ ଅନୁମାନ କରୁଛି ।

ଗତକାଲି ଜଣେ ମତ୍ସ୍ୟଜୀବୀ ପାରାଦୀପ ଜଟାଧାର ମୁହାଣ ନିକଟ ସମୁଦ୍ରରେ ଜାଲ ପକାଇ ମାଛ ଧରୁଥିଲେ । ଏହି ସମୟରେ ତାଙ୍କ ଜାଲରେ ମାଛ ବଦଳରେ ମଣିଷ ଶବ ପଡ଼ିଥିଲା । ଯାହାକୁ ଦେଖି ମତ୍ସ୍ୟଜୀବୀ ଜଣଙ୍କ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଅନ୍ୟ ମତ୍ସ୍ୟଜୀବୀଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ ବ୍ୟକ୍ତି ଜଣଙ୍କ । ସାମୁଦ୍ରିକ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା । ସମୁଦ୍ରରେ ମୃତଦେହ କିପରି ଆସିଲା, କେହି ହତ୍ୟା କରି ଫିଙ୍ଗି ଦେଇଛି ନା ଅନ୍ୟ କାରଣ ରହିଛି ଜଣାପଡ଼ିନାହିଁ।