ପ୍ରଥମ ଥର ସତ କହିଲେ ନବୀନ ପଟ୍ଟନାୟକ, ରାଜ୍ୟରେ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ


ଭୁୁବନେଶ୍ୱର: ଦୀର୍ଘ ୨୪ ବର୍ଷ ଶାସନ କରିବା ପରେ ଏବେ ବିରୋଧୀ ଦଳ ଆସନରେ ବସିଥିବା ବିଜେଡି ପ୍ରଥମ ଥର ସତା କହିଛି । ଆଉ ସେହି ସତ କଥା ଉଗାଳିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଜି ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି । ଗୃହରେ ଯୋଗ ଦେଇଥିବା ନବୀନ ପଟ୍ଟନାୟକ ବାହାରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ କହିଛନ୍ତି ରାଜ୍ୟରେ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି ।

ସେ କହିଛନ୍ତି, ରାଜ୍ୟପାଳଙ୍କ ପୁଅ ଉପରେ କିଛି କାର୍ଯ୍ୟାନୁଷ୍ଠାନ ନ ହେବା ବ୍ୟଥିତ କରିଛି । ଜଣେ ସରକାରୀ ଅଧିକାରୀଙ୍କ ପ୍ରତି ସେ ରାଜ୍ୟପାଳଙ୍କ ପୁଅ ହିଂସା ଆଚରଣ କରିଥିବା ଅଭିଯୋଗ ହୋଇଛି । ଏହା ଆମକୁ ଚକିତ କରିଛି । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ଗଲାଣି । ମୋ ସରକାର ଥିବା ବେଳେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲା । ମନ୍ତ୍ରୀ, ବିଧାୟକ, ସାଂସଦ କେହି ଆଇନ ଭାଙ୍ଗିଲେ ତୁରନ୍ତ ଆକ୍ସନ ହେଉଥିଲା । ରାଜ୍ୟ ସରକାର ଆଇନ ଅନୁସାରେ କାର୍ଯ୍ୟ କରିବା ଉଚିତ୍ ।

ଏବେ ନବୀନ ପଟ୍ଟନାୟକ ଯେଉଁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କଥା କହୁଛନ୍ତି, ତାହା ତାଙ୍କ ସରକାର ଅମଳରୁ ରହି ଆସିଛି । ନବୀନ ଯେଉଁ ମନ୍ତ୍ରୀ, ବିଧାୟକ, ସାଂସଦ କେହି ଆଇନ ଭାଙ୍ଗିଲେ ତୁରନ୍ତ ଆକ୍ସନ ହେଉଥିଲା ବୋଲି ବୟାନ ଦେଇଛନ୍ତି ତାହା ସେ କେତେ ମିଛ କହୁଛନ୍ତି ତାହା ପ୍ରତିଫଳିତ ହେଉଛି । କାରଣ ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ କିଭଳି ଚାପି ଦିଆଗଲା ତାହା ପୁରା ଦୁନିଆ ଜାଣିଛି ।

ମାହାଙ୍ଗା ଡବଲ ମର୍ଡର, ପରୀ କେସ, ବେବିନା ଆଦି ଅନେକ ମାଳ ମାଳ କେସ ରହିଛି, ଯେଉଁଥିରେ ବିଜେଡି ସରକାର ଅମଳରେ ଅନେକ ମନ୍ତ୍ରୀ ବିଧାୟକ ସାମିଲ ଥିଲେ । ସେମାନଙ୍କ ବିରୋଧରେ କେତେ କାର୍ଯ୍ୟାନୁଷ୍ଠାନ ହୋଇଛି ତାହା ରାଜ୍ୟବାସୀ ଜାଣିଛନ୍ତି । ରାଜ୍ୟପାଳଙ୍କ ପୁଅଙ୍କ ଏଏସଓକୁ ମାଡ ମାରିବା ଘଟଣାରେ ନବୀନ ଯାହା କହିଛନ୍ତି ସତ କହିଛନ୍ତି । କିନ୍ତୁ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ତାହା ପୂର୍ବର ବିଜେଡି ସରକାରର ଅପାରଗତା ପାଇଁ ହୋଇଛି ।