ସୁପ୍ରିମକୋର୍ଟରୁ ଯୋଗୀ ସରକାରଙ୍କୁ ବଡ ଝଟକା, କାଉଁଡିଆ ରୁଟରେ ନେମ ପ୍ଲେଟ ଲଗାଇବା ନିଷ୍ପତ୍ତି ଉପରେ ଲଗାଇଲେ ରୋକ୍


ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କୁ ବଡ ଝଟକା ଦେଇଛନ୍ତି । ଯୋଗୀ ସରକାରଙ୍କ କାଉଁଡିଆ ରୁଟରେ ପଡୁଥିବା ଦୋକାନଗୁଡିକରେ ଦୋକାନୀ ନିଜ ନାଁ ଲେଖିବା ଆଦେଶ ଉପରେ କୋର୍ଟ ରୋକ ଲଗାଇଛନ୍ତି । ଏହା ସହିତ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଓ ଉତ୍ତରାଖଣ୍ଡର ସରକାରଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୬ ତାରିଖ ଧାର୍ଯ୍ୟ କରାଯାଇଛି ।

ଉତ୍ତର ପ୍ରଦେଶ ସରକାରଙ୍କ ସେହି ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଆଉ ଏହା ଉପରେ ଆଜି ଶୁଣାଣି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଶୁଣାଣି ସମୟରେ ଆବେଦନକାରୀଙ୍କ ଓକିଲ କହିଛନ୍ତି, ଦୋକାନ ଗୁଡିକରେ ଦୋକାନୀ ନିଜ ନାଁ ଲେଖିବାର ନିଷ୍ପତ୍ତି ଦୁଇ ରାଜ୍ୟ ସରକାର ନେଇଛନ୍ତି । ଆଉ ଦୁଇଟି ରାଜ୍ୟ ମଧ୍ୟ ଏମିତି କରିବାକୁ ଯାଉଛନ୍ତି । ସଂଖ୍ୟାଲଘୁ ଏବଂ ଦଳିତଙ୍କୁ ଏକ ଘରିଆ କରାଯାଉଛି । ପୋଲିସକୁ ଏମିତି କରିବାର କୌଣସି ଅଧିକାର ନାହିଁ । ହରିଦ୍ୱାର ପୋଲିସ ଏ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ନେଉଛି । ହଜାର ହଜାର କିଲୋମିଟର ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ଦୋକାନୀଙ୍କ ରୋଜଗାର ପ୍ରଭାବିତ କରାଯାଉଛି । ଦୋକାନୀ ଏବଂ କର୍ମଚାରୀଙ୍କ ନାଁ ଲେଖିବା ବାଧ୍ୟତାମୂଳକ କରାଯାଉଛି । ସୁପ୍ରିମକୋର୍ଟଆଦେଶ ଉପରେ କୋର୍ଟ ରୋକ ଲଗାଇଛନ୍ତି।