ନେମ୍ ପ୍ଲେଟ୍ ବିବାଦରେ ବିଜେଡିର ଏଣ୍ଟ୍ରି, ଟାର୍ଗେଟରେ ଯୋଗୀ ଆଦିତ୍ୟନାଥ


ଭୁବନେଶ୍ବର: ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କ କାଉଡିଆ ଯାତ୍ରାରେ ନାମ ଫଳକକୁ ନେଇ ବିବାଦ ଘନେଇବାରେ ଲାଗିଥିବା ବେଳେ ଏଥିରେ ବିଜେଡି ଏଣ୍ଟ୍ରି ମାରିଛି । ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛି ବିଜେଡି । ଯୋଗୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ନେତା ପ୍ରତାପ ଜେନା । ଶାନ୍ତି ବଦଳରେ ସାମ୍ପ୍ରଦାୟିକ ହିଂସାକୁ ପ୍ରୋତ୍ସାହନ ଦିଆଟାଉଥିବା କହିଛନ୍ତି ପ୍ରତାପ ।
ନାମ ଫଳକ ବ୍ଯକ୍ତିଗତ ଗୋପନୀୟତାକୁ ପ୍ରଭାବିତ କରୁଛି । ଶ୍ରାବଣ ମାସରେ ଶାନ୍ତି ଓ ଏକତା ପାଇଁ ଉଦ୍ଯମ ହେବା ଉଚିତ । ଏଭଳି ନୀତି ଦ୍ଵାରା ସାମ୍ପ୍ରଦାୟିକ ଉତ୍ତେଜନାର ଭୟ ରହିଛି । ଏହା ନକରି ସ୍ଵାସ୍ଥ୍ଯ, ଶିକ୍ଷା ଭିତ୍ତିଭୂମିର ବିକାଶକୁ ୟୁପି ସରକାର ଗୁରୁତ୍ଵ ଦିଅନ୍ତୁ ବୋଲି ପ୍ରତାପ କହିଛନ୍ତି ।
ସୂଚନାଯୋଗ୍ୟ, କାଉଡିଆ ଯାତ୍ରା ଯାଉଥିବା ରୁଟରେ ସମସ୍ତ ଦୋକାନୀ ନିଜ ନାମ ଫଳକ ଟାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ ଯୋଗୀ ସରକାର । ଯାହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ ।