ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ଜଟେସିଂହା ଅନ୍ତର୍ଗତ ମହାନଦୀ କୂଳରେ ଅବସ୍ଥିତ ପ୍ରାଚୀନ ତଥା ପ୍ରସିଦ୍ଧ ଶୈବପୀଠ ବାବା ଗୋଧନେଶ୍ଵର ଠାରେ କାଉଡ଼ିଆ ଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ କାଉଡ଼ିଆଙ୍କ ବୋଲବମ ଧ୍ବନିରେ ଶୈବପୀଠ ପ୍ରକମ୍ପିତ ହୋଇଛି। ଭୋର ୪ ଟାରୁ ମନ୍ଦିର ଖୋଲା ହୋଇ ମହାଦେବଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟକ ମହିଳା , ପୁରୁଷ କାଉଡ଼ିଆ ମାନେ ଗେରୁଆ ବସ୍ତ୍ର ପରିଧାନ କରି ଓ ବାହୁଙ୍ଗୀରେ ଜଳଭାର ଧରି ବୋଲବମ ଧ୍ବନିରେ ମନ୍ଦିର ପରିସରକୁ ଏକ ଆଧ୍ୟାତ୍ମିକ ପରିବେଶରେ ବାବା ଗୋଧନେଶ୍ଵରଙ୍କ ଠାରେ ଜଳଲାଗି କରିଥିଲେ । ଜଟେସିଂହା ଗୋଧନେଶ୍ଵର ବୋଲବମ ସଂଘ ପକ୍ଷରୁ ମହାଦେବ ଙ୍କ ଠାରେ ମହା ଖିର ସାଇ ଅନୁଷ୍ଠିତ ହୋଇଥିଲା । ଏକ ଆଧ୍ୟାତ୍ମିକ ପରିବେଶରେ ଖିରକୁ ଗ୍ରାମରେ ଶୋଭାଯାତ୍ରା ରେ ବାହାରି ମନ୍ଦିର ନିକଟରେ ପହଞ୍ଚିଥିଲେ । ବହୁ ଦୁରଦୁରାନ୍ତ ମହାଦେବଙ୍କ ଦୁର୍ଲଭ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ସମାଗମ ହୋଇଥିବା ଦେଖିବାକୁ ମିଲିଥିଲା। ସମସ୍ତ ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା ହୋଇଥିଲା । ଶାନ୍ତି ଶୃଙ୍ଖଳାର ପାଇଁ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା ମାନେ ସଂପୂର୍ଣ୍ଣ ଭାବେ ସହଯୋଗ କରିଥିବା ବେଳେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ସୁବଳୟା ପୋଲିସ ମୁତୟନ ହୋଇଥିଲେ। ସେହିପରି ବୀରମହାରାଜପୁର ବ୍ଲକର ଚମ୍ପାମାଲ ସ୍ଥିତ ଚମ୍ପେଶ୍ଵର ବାବା , ସୁନାରୀବେନୀ ସପ୍ନେଶ୍ଵର ବାବା , ସୁବଳୟା , ପିତାମହୁଲ , ଚଉକା , କଲମପୁର , ଉଫୁଲା , ମେଣ୍ଢାମାଳ , ବର୍ଡାକଟା , ଗୈାଉଡଗାଡ ପ୍ରଭୁତି ଶୈବପୀଠ ଠାରେ ବହୁ ସଂଖ୍ୟକ ବୋଲବମ୍ ଭକ୍ତ ଜଳଲାଗି କରିଥିଲେ।