ବାଇକ ଅଟକାଇ ଯୁବକଙ୍କୁ ଗୁଳି ମାରିଲେ ଦୁଇ ଦୁର୍ବୃତ୍ତ


ହିନ୍ଦୋଳ: ବାଇରେ ଆସିଲେ, ଅନ୍ୟ ବାଇକରେ ଯାଉଥିବା ଜଣେ ଯୁବକଙ୍କୁ ଅଟକାଇଲେ ଓ କିଏ କିଛି ବୁଝିବା ଆଗରୁ ଗୁଳି ମାରିଲେ । ଏମିତି ଘଟଣା ଘଟିଛି ହିନ୍ଦୋଳ ନୂଆ ବାଗ ଶନି ମନ୍ଦିର ନିକଟରେ । ମୃତ ଯୁବକ ଜଣଙ୍କ ହେଲେ ମହଲୁଣ୍ଡା ଗାଁର ସୁବାସ ସାହୁ ।

ସୂଚନାଯୋଗ୍ୟ, ସୁବାସ ବାଇକ ନେଇ ଯାଉଥିଲା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇ ଗୁଳି ମାଡ଼ କରିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହିନ୍ଦୋଳ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ଗୁଳିମାଡ଼ କରିବା ପରେ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଉଥିବା ବେଳେ ରାସୋଳ ପୋଲିସ ଜଣକୁ ଗିରଫ କରିଛି । ଅଭିଯୁକ୍ତଠାରୁ ଏକ ବନ୍ଧୁକ ଜବତ କରାଯାଇଛି । ସୁବାସ ଫାଇନାନ୍ସ କର୍ମଚାରୀ ହୋଇଥିବାରୁ ତାଙ୍କ ଠାରୁ ଲୁଟ ପାଇଁ ଏହି ଗୁଳିମାଡ଼ ହୋଇଥିବା ଜଣାପଡିଛି । ଅନ୍ୟ ଅଭିଯୁକ୍ତକୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।