ବଜେଟରେ କୃଷକଙ୍କ ପାଇଁ ପେଡି ଖୋଲିଲେ ନିର୍ମଳା, କଲେ ବଡ ଘୋଷଣା


ନୂଆଦିଲ୍ଲୀ: ଲୋକସଭାରେ ଉପସ୍ଥାପନ ହୋଇଛି ସାଧାରଣ ବଜେଟ୍‌। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ସପ୍ତମ ଥର ବଜେଟ୍ ଉପସ୍ଥାପନ କରିଛନ୍ତି।। ସଂସଦରେ ପେପର୍ ଲେସ୍ ବଜେଟ୍ ଉପସ୍ଥାପନ ହୋଇଛି। ନିର୍ମଳା ବଜେଟ୍ ପେଡି ଖୋଲି କୃଷକଙ୍କ ପାଇଁ ବଡ ଘୋଷଣା କରିଛନ୍ତି ।

ସମସ୍ତ ଔପଚାରିକତା ଶେଷ ପରେ ଅର୍ଥମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ସହ ସଂସଦରେ ଉପସ୍ଥିତ ହୋଇଥିଲେ ମନ୍ତ୍ରୀଗଣ ଓ ସବୁ ଦଳର ସାଂସଦ । ମୋଦୀଙ୍କ ୩ୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ବଜେଟରେ କୃଷକଙ୍କ ପାଇଁ ସ୍ୱତନ୍ତ୍ର ଧ୍ୟାନ ରଖାଯାଇଛି । ଏଥିରେ କୃଷକଙ୍କୁ ଅନେକ ଉପହାର ମିଳିଛି । ପିଏମ କିଷାନ କାର୍ଡକୁ ନେଇ ମଧ୍ୟ ଭଲ ଖବର ଆସିଛି । ଦେଶର ପାଞ୍ଚଟି ରାଜ୍ୟରେ ଜନ ସମର୍ଥ ଆଧାରିତ କିଷାନ କ୍ରେଡିଟ କାର୍ଡ ଜାରି କରାଯିବ ।

ଅର୍ଥମନ୍ତ୍ରୀ କୃଷକଙ୍କ ପାଇଁ ବଜେଟରେ ୧.୫୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ସେ କହିଛନ୍ତି, ଗ୍ରାମାଞ୍ଚଳର ଅର୍ଥବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ ଏବଂ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ଉପରେ ପ୍ରାଧ୍ୟାନ୍ୟ ଦିଆଯିବ । ପନିପରିବା ଉତ୍ପାଦନ ପାଇଁ କ୍ଲଷ୍ଟର ତିଆରି ହେବ । ଅଧିକ ଉତ୍ପାଦନ ହେଉଥିବା ଫସଲ ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ତୈଳ ଉତ୍ପାଦନ ଉପରେ ଦେଶକୁ ଆତ୍ମ ନିର୍ଭରଶୀଳ କରିବାକୁ ପଡିବ ।

ନିର୍ମଳା କହିଛନ୍ତି, ଏମିତି ବୈଷେୟିକ ଜ୍ଞାନ କୌଶଳର ପ୍ରୟୋଗ କରାଯିବ, ଯଦ୍ୱାର ଖରାପ ପାଣିପାଗର ବିନା ପ୍ରଭାବରେ ଫସଲତ୍ତଉତ୍ପାଦନ କରାଯାଇ ପାରିବ । ଅର୍ଥମନ୍ତ୍ରୀଙ୍କ କହିବା କଥା ଫସଲର ୩୨ କିସମ ଜାରି କରାଯିବ । ଏକ କୋଟି କୃଷକଙ୍କ ପାଇଁ ନ୍ୟାଚୁରାଲ ଫାର୍ମିଂର ଯୋଜନା କରାଯିବ । ସେ କହିଛନ୍ତି, ଏବେ ଆମର ଫୋକସ ଡାଲି ଜାତୀୟ ଫସଲ, ମତ୍ସ୍ୟ ଉତ୍ପାଦନରେ ଦେଶକୁ ଆତ୍ମ ନିର୍ଭରଶୀଳ କରିବା ।