ପୂର୍ଣ୍ଣାଙ୍ଗ ବଜେଟ୍ ୨୦୨୪-୨୫: ଜାଣନ୍ତୁ କ’ଣ ହେଲା ଶସ୍ତା ଏବଂ କ’ଣ ହେଲା ମହଙ୍ଗା ?


ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆଜି ପୂର୍ଣ୍ଣାଙ୍ଗ ବଜେଟ୍ ୨୦୨୪-୨୫ ଉପସ୍ଥାପନ କରିଛନ୍ତି । କ୍ରମାଗତ ସପ୍ତମ ଥର ଅର୍ଥମନ୍ତ୍ରୀ ବଜେଟ୍ ଆଗତ କରିଛନ୍ତି । ବଜେଟ୍ ଆସିବା ପରେ ଅନେକ ବସ୍ତୁ ଶସ୍ତା ହୋଇଥିବା ବେଳେ ଆଉ କିଛି ମହଙ୍ଗା ହୋଇଛି । ମୋବାଇଲ ଫୋନ, ସୁନା, ରୁପା ଓ ତମ୍ବା ଦର ଶସ୍ତା ହେବା ନେଇ ଘୋଷଣା କରିଛନ୍ତି ।

ଅର୍ଥମନ୍ତ୍ରୀ ମୋବାଇଲ ଫୋନ, ମୋବାଇଲ ଚାର୍ଜର ଉପରେ ବିସିଡିକୁ ହ୍ରାସ କରି ୧୫ ପ୍ରତିଶତ କରିବାକୁ ଘୋଷଣା କରିଛନ୍ତି । ସୁନା ଓ ରୁପା ଉପରେ ସୀମା ଶୁଳ୍କ କମ କରି ୬ ପ୍ରତିଶତ ଏବଂ ପ୍ଲାଟିନମ ଉପରେ ୬.୪ ପ୍ରତିଶତ ରଖାଯାଇଛି । କ୍ୟାନ୍ସର ରୋଗର ଚିକିତ୍ସାରେ ବ୍ୟବହୃତ ଉପକରଣ ଏବଂ ଔଷଧ ଉପରେ ସୀମା ଶୁଳ୍କରେ ରିହାତି ଘୋଷଣା କରିଛନ୍ତି ।

ଅର୍ଥମନ୍ତ୍ରୀ ସୋଲାର ପ୍ୟାନେଲର ନିର୍ମାଣରେ ଉପଯୋଗ ବସ୍ତୁ ଉପରେ ମିଳୁଥିବା ରିହାତିର ପରିଧିକୁ ବଢାଇଛନ୍ତି । ପ୍ଲାଷ୍ଟିକ ଉପରେ ୨୫ ପ୍ରତିଶତ ଟ୍ୟାକ୍ସ କମ କରିବାକୁ ପ୍ରସ୍ତାବ ଦେଇଛନ୍ତି ।

ଅର୍ଥମନ୍ତ୍ରୀ ସୀତାରମଣ ଆମୋନିୟନ ନାଇଟ୍ରେଟ ଉପରେ ସୀମା ଶୁଳ୍କକୁ ୧୦ ପ୍ରତିଶତରୁ ବଢାଇ ୨୫ ପ୍ରତିଶତ କରିବାକୁ ଘୋଷଣା କରିଛନ୍ତି । ନିର୍ଦ୍ଧାରିତ କିଛି ଟେଲିକମ ଉପକରଣ ଉପରେ ସାଧାରଣ ସୀମା ଶୁଳ୍କ ୧୦ ପ୍ରତିଶତରୁ ବଢାଇ ୧୫ ପ୍ରତିଶତ କରାଯାଇଛି ।

କ’ଣ ହୋଇଛି ଶସ୍ତା

ମୋବାଇଲ ଫୋନ ଓ ମୋବାଇଲ ଚାର୍ଜର
ସୋଲାର ପ୍ୟାନେଲ
ଚମଡା ବସ୍ତୁ
ସୁନା, ରୁପା, ହୀରା, ପ୍ଲାଟିନମ
ଷ୍ଟିଲ ଓ ଲୁହା
ବିଦ୍ୟୁତ ଉପକରଣ
କ୍ରୁଜ ଯାତ୍ରା
ସମୁଦ୍ରୀ ଭୋଜନ
ଯୋତା, ଚପଲ
କ୍ୟାନ୍ସର ଔଷଧ
ଋସାୟନ ପେଟ୍ରୋକେମିକଲା

କ’ଣ ହେଲା ମହଙ୍ଗା

ନିର୍ଦ୍ଧାରିତ ଦୂରସଞ୍ଚାର ଉପକରଣ
ପିଭିସି ପ୍ଲାଷ୍ଟିକ