Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ଣ୍ଣାଙ୍ଗ ବଜେଟ୍ ୨୦୨୪-୨୫: ଜାଣନ୍ତୁ କ’ଣ ହେଲା ଶସ୍ତା ଏବଂ କ’ଣ ହେଲା ମହଙ୍ଗା ?

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆଜି ପୂର୍ଣ୍ଣାଙ୍ଗ ବଜେଟ୍ ୨୦୨୪-୨୫ ଉପସ୍ଥାପନ କରିଛନ୍ତି । କ୍ରମାଗତ ସପ୍ତମ ଥର ଅର୍ଥମନ୍ତ୍ରୀ ବଜେଟ୍ ଆଗତ କରିଛନ୍ତି । ବଜେଟ୍ ଆସିବା ପରେ ଅନେକ ବସ୍ତୁ ଶସ୍ତା ହୋଇଥିବା ବେଳେ ଆଉ କିଛି ମହଙ୍ଗା ହୋଇଛି । ମୋବାଇଲ ଫୋନ, ସୁନା, ରୁପା ଓ ତମ୍ବା ଦର ଶସ୍ତା ହେବା ନେଇ ଘୋଷଣା କରିଛନ୍ତି ।

ଅର୍ଥମନ୍ତ୍ରୀ ମୋବାଇଲ ଫୋନ, ମୋବାଇଲ ଚାର୍ଜର ଉପରେ ବିସିଡିକୁ ହ୍ରାସ କରି ୧୫ ପ୍ରତିଶତ କରିବାକୁ ଘୋଷଣା କରିଛନ୍ତି । ସୁନା ଓ ରୁପା ଉପରେ ସୀମା ଶୁଳ୍କ କମ କରି ୬ ପ୍ରତିଶତ ଏବଂ ପ୍ଲାଟିନମ ଉପରେ ୬.୪ ପ୍ରତିଶତ ରଖାଯାଇଛି । କ୍ୟାନ୍ସର ରୋଗର ଚିକିତ୍ସାରେ ବ୍ୟବହୃତ ଉପକରଣ ଏବଂ ଔଷଧ ଉପରେ ସୀମା ଶୁଳ୍କରେ ରିହାତି ଘୋଷଣା କରିଛନ୍ତି ।

ଅର୍ଥମନ୍ତ୍ରୀ ସୋଲାର ପ୍ୟାନେଲର ନିର୍ମାଣରେ ଉପଯୋଗ ବସ୍ତୁ ଉପରେ ମିଳୁଥିବା ରିହାତିର ପରିଧିକୁ ବଢାଇଛନ୍ତି । ପ୍ଲାଷ୍ଟିକ ଉପରେ ୨୫ ପ୍ରତିଶତ ଟ୍ୟାକ୍ସ କମ କରିବାକୁ ପ୍ରସ୍ତାବ ଦେଇଛନ୍ତି ।

ଅର୍ଥମନ୍ତ୍ରୀ ସୀତାରମଣ ଆମୋନିୟନ ନାଇଟ୍ରେଟ ଉପରେ ସୀମା ଶୁଳ୍କକୁ ୧୦ ପ୍ରତିଶତରୁ ବଢାଇ ୨୫ ପ୍ରତିଶତ କରିବାକୁ ଘୋଷଣା କରିଛନ୍ତି । ନିର୍ଦ୍ଧାରିତ କିଛି ଟେଲିକମ ଉପକରଣ ଉପରେ ସାଧାରଣ ସୀମା ଶୁଳ୍କ ୧୦ ପ୍ରତିଶତରୁ ବଢାଇ ୧୫ ପ୍ରତିଶତ କରାଯାଇଛି ।

କ’ଣ ହୋଇଛି ଶସ୍ତା

ମୋବାଇଲ ଫୋନ ଓ ମୋବାଇଲ ଚାର୍ଜର
ସୋଲାର ପ୍ୟାନେଲ
ଚମଡା ବସ୍ତୁ
ସୁନା, ରୁପା, ହୀରା, ପ୍ଲାଟିନମ
ଷ୍ଟିଲ ଓ ଲୁହା
ବିଦ୍ୟୁତ ଉପକରଣ
କ୍ରୁଜ ଯାତ୍ରା
ସମୁଦ୍ରୀ ଭୋଜନ
ଯୋତା, ଚପଲ
କ୍ୟାନ୍ସର ଔଷଧ
ଋସାୟନ ପେଟ୍ରୋକେମିକଲା

କ’ଣ ହେଲା ମହଙ୍ଗା

ନିର୍ଦ୍ଧାରିତ ଦୂରସଞ୍ଚାର ଉପକରଣ
ପିଭିସି ପ୍ଲାଷ୍ଟିକ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories