Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା ସରକାରୀ ଉଚ୍ଚ ବିଦ୍ୟାଳୟର ରେଡକ୍ରସ ୟୁନିଟ୍ ଗଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଉଚ୍ଚ ବିଦ୍ୟାଳୟରେ ଜୁନିଅର ରେଡ଼କ୍ରସ ୟୁନିଟ ଗଠିତ ହୋଇଯାଇଛି l ଜେ. ଆର. ସି. ପରାମର୍ଶଦାତା ଶିକ୍ଷକ ଚନ୍ଦ୍ରମଣି ବାଘ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଛାତ୍ରୀ ଜିନାରାଣୀ ମେହେର ସଭାପତି ଭାବେ ମନୋନୀତ ହୋଇଥିଲେ I ସେହିପରି ଭାବେ ଶିବାନୀ ସେଠି ଉପ ସଭାପତି , ଶିବାନୀ ମେହେର ସମ୍ପାଦକ , ରଶ୍ମିତା ମେହେର ସହ ସମ୍ପାଦକ , ଲିଜାଲିନ ମେହେର କମାଣ୍ଡର , ସଂଯୁକ୍ତା ମେହେର ସହ କମାଣ୍ଡର ଭାବରେ ମନୋନୀତ ହୋଇଛନ୍ତି l ଦଳପତି ଭାବରେ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ବିଭାଗରେ ମିନାକ୍ଷୀ ମେହେର , ସାମାଜିକ ସେବା ରେ ସ୍ଵାଗତିକା ବେହେରା , ସାଂସ୍କୃତିକ ବିଭାଗରେ ରୀତା ମେହେର , ପାଣ୍ଠି ସଂଗ୍ରହ ବିଭାଗରେ ଶକୁନ୍ତଳା ମେହେର , ବିଶ୍ୱବନ୍ଧୁତା ବିଭାଗରେ ସ୍ମାଇଲ ଦାଶ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି l 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ