ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ମୁଖ୍ୟ ଛକରୁ ସାହାଜଲଥାକୁ ଯାଇଥିବା ରାସ୍ତାରେ ବହୁ ଖାଲଖମା ଦେଖା ଦେଇଛି । ଉକ୍ତ ରାସ୍ତା ଉପରେ ଚଷାପଡା ସହ ଅନ୍ୟ ଗାଁ ନିର୍ଭର କରିଥାନ୍ତି। ଏହି ରାସ୍ତା ରୁ ଠିକ୍ ଭାବେ ବର୍ଷା ପାଣି ନିଷ୍କାସିତ ହୋଇପାରୁ ନ ଥିବାରୁ ସାମାନ୍ୟ ବର୍ଷାରେ ମଧ୍ୟ ପାଣି ଜମିରହୁଛି। ବର୍ଷା ଦିନରେ ସଦାସର୍ବଦା ଏଠାରେ ୨ ରୁ ୩ ଫୁଟ ପାଣି ଜମି ରହିଛି । ସ୍ଥାନୀୟ ଜନସାଧାରଣ ଯିବା ଆସିବା କଷ୍ଟକର ହେଉଛି। ସୂଚନାମତେ ଖଣ୍ଡହତl ୪ ୱାର୍ଡ ବିଶିଷ୍ଟ ଗ୍ରାମରେ ୩୦୦ରୁ ଅଧିକ ପରିବାର ବସବାସ କରନ୍ତି । ଗ୍ରାମର ଉଭୟ ପଟେ ଗ୍ରାମବାସୀ ଙ୍କ ଘର ଗୁଡ଼ିକ ରହିଥିବା ଯୋଗୁଁ ଚାଷ ଜମି ଦେଇ ବର୍ଷା ଜଳ ଚାଷ ଜମି କୁ ଯାଇଥାଏ । ରାସ୍ତାରେ ଖାଲ ଖମା ହେବା ଫଳରେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଗାଁ ଦାଣ୍ଡରେ ଜମି ରହିଛି । ଏବେ ଘର ଭିତରୁ ଲୋକେ ବାହାରିବା ଅସମ୍ଭବ ହୋଇପଡିଛି l ଅପର ପକ୍ଷରେ ବର୍ଷା ପାଣି ଜମି ରହି ଥିବାରୁ ମଶା ମାଛି ଙ୍କ ପ୍ରାଦୁର୍ଭାବ ଦେଖାଦେଇଛି I ବର୍ଷା ଜଳ ନିଷ୍କାସନ ପାଇଁ କୌଣସି ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ଏଭଳି ସମସ୍ୟା ହେଉଥିବା ଗ୍ରାମବାସୀ କହିଛନ୍ତି । ଅଧିକ ବର୍ଷା ହେଲେ ବର୍ଷା ଜଳ ଲୋକଙ୍କ ଘର ଭିତରକୁ ଯିବାର ଆଶଙ୍କା ରହିଛି । ଉକ୍ତ ରାସ୍ତା ଦେଇ ସlହଜଲଥା , ବଡକିରାଶିରl ଚୁପକା ଦାଦର , ସୋରିଷମୁଣ୍ଡା , କଦଳୀମୁଣ୍ଡା ଆଦି ଗାଁ ର ଲୋକେ ପ୍ରତ୍ୟହ ଯିବା ଆସିବା କରିଥାନ୍ତି I