ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁରଶୁଣ୍ଢୀ ଗ୍ରାମର ଗୀତାଞ୍ଜଳି ସାହୁ ମୁଖ୍ୟମନ୍ତ୍ରୀ ଙ୍କ ବାସଭବନ ସମ୍ମୁଖରେ ସପରିବାର ଆତ୍ମାହୁତି ଦେବାକୁ ଧମକ ଦେଇଥିଲା ଚାକିରି ନ ଦେଲେ ବନବିଭାଗ I ପ୍ରକାଶ ଯୋଗ୍ୟ ଯେ ଗତ 2011 ରେ ରେଢ଼ାଖୋଲ କେନ୍ଦୁପତ୍ର ବନବିଭାଗ ରେ ବନ ପାଳ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିବାରୁ ଗୀତାଞ୍ଜଳି ଆବେଦନ କରିଥିଲେ l ମେରିଟ ଲିଷ୍ଟ ରେ ନାଁ ଥିଲେ ସୁଦ୍ଧା ତାଙ୍କୁ ଚାକିରି ନ ଦେଇ ଅନ୍ୟ ଜଣଙ୍କୁ ନିଯୁକ୍ତି ଦେଇଥିଲେ I ଫଳରେ ସେ ବହୁ ପରିଶ୍ରମ କରି ଅସଫଳ ହେବାରୁ ଶେଷରେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଲେ ଏବଂ ନ୍ୟାୟାଳୟ ଗୀତାଞ୍ଜଳି ସପକ୍ଷରେ ରାୟ ଦେଇଥିଲେ l କୋର୍ଟ ଙ୍କ ନିର୍ଦ୍ଦେଶ ପରେ ମଧ୍ୟ ବିଭାଗ କର୍ଣ୍ଣପାତ କଲାନାହିଁ I ସେଥିରେ ହତାଶ ହୋଇ ଶେଷରେ ଗୀତାଞ୍ଜଳି ପରିବାର ସହ ମୁଖ୍ୟମନ୍ତ୍ରୀ ଙ୍କ ବାସଭବନ ସମ୍ମୁଖ ରେ ଆତ୍ମାହୁତି ଦେବେବୋଲି ମହାମହିମ ରାଷ୍ଟ୍ରପତି ଙ୍କୁ ଚିଠି ଲେଖି ଜାଣଇଲେ I ଏଥିପାଇଁ ମଙ୍ଗଳବାର ସେ ନିଜ ଘରୁ ଭୁବନେଶ୍ବର ଅଭିମୁଖେ ବାହାରି ଥିବାବେଳେ ମାନ୍ୟବର କୋର୍ଟ ଙ୍କ ନିର୍ଦ୍ଦେଶ କୁ ମlନୁ ନ ଥିବା ବିଭାଗ ଗୀତାଞ୍ଜଳି ଙ୍କୁ ଅନୁରୋଧ କରି ସମୟ ମାଗିଥିଲା I ଦୀର୍ଘ ବର୍ଷ ଧରି ତାଙ୍କ ଗୁହାରି ଶୁଣୁ ନ ଥିବା ବିଭାଗ କଥାକୁ ବିଶ୍ୱାସ ନ କରି ନିଜ ଜିଦରେ ଅଟଳ ରହିଥିଲେ l ଶେଷରେ ବିଭାଗ ବାଧ୍ୟ ହୋଇ ଆଜି ସିଧା ସଳଖ ଆସି ଚାକିରିରେ ଯୋଗ ଦେବାକୁ ଗୀତାଞ୍ଜଳି କୁ ଫୋନ ରେ ଜଣାଇ ଥିବା କଥା କୁହନ୍ତି I