ଘୁଙ୍ଗିନାଳ ପୋଲ ଉପରେ ବନ୍ୟା ପାଣି ପ୍ରଭାବିତ ହେଉଥିବା ରୁ ବୀରମହାରାଜପୁର – ଅମର ପାଲି ମୁଖ୍ୟରାସ୍ତା ରେ ଯାତାୟତ ଠପ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଠାରୁ ଅମରପାଲି ଦେଇ ଯାଇଥିବା ପୂର୍ତ୍ତ ବିଭାଗ ର ମୂଖ୍ଯରାସ୍ତା ଉପରେ ଭୁତିଆପାଲି ସ୍ଥିତ ଘୁଙ୍ଗିଯୋର ପୋଲ ଉପରେ ବୁଧବାର ୫ ଫୁଟ ପାଣି ପ୍ରବାହିତ ହେଉଥିଲା ଲଗାଣ ବର୍ଷା ଯୋଗୁଁ l ବୀରମହାରାଜପୁର ଠାରୁ ଅମରପାଲି ଦେଇ ସମ୍ବଲପୁର କୁ ଯିବାପାଇଁ ରାସ୍ତା ଟି ମୁଚିବାହାଲ ଏନ୍ ଏଚ୍ ୫୫ ଜାତୀୟ ରାଜପଥ କୁ ସଂଯୋଗ କରିଛି l ରାସ୍ତା କାମ ବହୁତ ଦିନରୁ ସରିଥିଲା ବେଳେ ଭୁତିଆପାଲି ଠାରେ ଘୁଙ୍ଗିଯୋର ଉପରେ ଏକ ବ୍ରିଜ କାମ ଆରମ୍ଭ ହେଉଥିଲା I କିନ୍ତୁ ବ୍ରିଜ ଟି ଜଣ ଙ୍କ ନିଜ ରୟତି ଜମି ରେ ହେଉଥିବା ଯୋଗୁଁ କାମ କୁ ବନ୍ଦ କରିଦେଇଥିଲେ l ବ୍ରିଜ ଟି ରାସ୍ତା ଯାଇଥିବା ସରକାରୀ ଜମି ରେ ତିଆରି ନ କରି କାହାର ରୟତି ଜମିରେ କେମିତି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଅନୁମତି ଦେଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି l ବ୍ରିଜ ର କାମ ୩ ବର୍ଷ ହେଲା ବନ୍ଦ ହୋଇ ପଡିଛି l କାମ କରୁଥିବା ଠିକାଦାର କାମ ଛାଡି ସେଠାରୁ ନିଜ ଜିନିଷ ପତ୍ର ନେଇ ପଳାଇ ଯାଇଛି l କିନ୍ତୁ ବିଭାଗୀୟ ଅଧିକାରୀ କାହିଁକି ବ୍ରିଜ କାମ କୁ ନିର୍ମାଣ କରିବାପାଇଁ ପଦକ୍ଷେପ ନେଉନାହିଁ ସାଧାରଣରେ ଆଲୋଚନା ହେଉଛି I ପ୍ରତିଦିନ ଉକ୍ତ ରାସ୍ତା ଦେଇ ମୁର୍ଷୁଣ୍ଡି -ସମ୍ବଲପୁର -ରେଢ଼ାଖୋଲ କୁ ବସ ସେବା ସହିତ ମୁଖ୍ୟମନ୍ତ୍ରୀ ବସ ସେବା ଗାଡି ଦୁର୍ଜନତୈଲା ପଂଚାୟତ କୁ ଯିବାଆସିବା କରିଥାଏ l ଏହି ରାସ୍ତା ଦେଇ ଦୁର୍ଜନତଲା , ଲୁତୁରପଙ୍କ , ବହଳପଦର ଆଦି ପଂଚାୟତ ର ଲୋକ ମାନେ ବିଭିନ୍ନ ସରକାରୀ ତଥା ବେସରକାରୀ କାମ ଯଥା ତହସିଲ କାମ , ବ୍ୟାଙ୍କ , ବ୍ଲକ , ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ , କୋର୍ଟ କଚେରୀ , ମେଡିକାଲ କାମରେ ଯିବା ଆସିବା କରୁଥିବା ବେଳେ ବିରମହlରାଜପୁର କଲେଜ , ଭୁତିଆପାଲି କଲେଜ କୁ ଛାତ୍ର ଛାତ୍ରୀ ପାଠ ପଢିବା ପାଇଁ ଆସନ୍ତି l ପୋଲ ର ଉଭୟ ପାର୍ଶ୍ୱରେ ବଡ ବଡ ଗାତ ହୋଇ ରାସ୍ତା ପୁଣି ପାଲଟିଛି ଲୋକ ଙ୍କ ମରଣ ଯନ୍ତା l ପ୍ରଶାସନ ଉକ୍ତ ରାସ୍ତା ଓ ବ୍ରିଜ ପାଇଁ ତୁରନ୍ତ ପଦକ୍ଷେପ ନେଇ କାମ ରେ ଅବହେଳା କରୁଥିବା କର୍ମଚାରୀ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସଙ୍ଗେ ବ୍ରିଜ କାମ ସହ ରାସ୍ତା ମରାମତି କରିବା ପାଇଁ ସାଧାରଣ ରେ ଦାବୀ ହୁଏ l ଉପର ମୁଣ୍ଡରେ ବର୍ଷା କମିଯିବା ଫଳରେ ବ୍ରିଜ ଉପରୁ ପାଣି କମି ଯିବାରୁ ଗୁରୁବାର ଉକ୍ତ ରାସ୍ତା ଦେଇ ଯିବା ଆସିବା କରିବା ସ୍ୱାଭାବିକ ହୋଇଥିବା ଜଣାପଡିଛି l