ଘରେ ପଶିଲେ: ଖଣ୍ଡାରେ ହାଣି ସୁନା, ଟଙ୍କା ଲୁଟିଲେ


କୁଜଙ୍ଗ: ଜଗତସିଂହପୁର କୁଜଙ୍ଗ ଥାନା ଅନ୍ତର୍ଗତ ହସିଣା ଗାଁରେ ହୋଇଛି ସଶସ୍ତ୍ର ଡକାୟତି । ଜଣେ ବ୍ୟକ୍ତିଙ୍କ ଘରେ ପଶି ପରିବାର ଲୋକଙ୍କୁ ଖଣ୍ଡାରେ ଆକ୍ରମଣ କରି ଡକାୟତି ଗ୍ୟାଙ୍ଗ ଟଙ୍କା ଓ ସୁନା ଗହଣା ଲୁଟିଛନ୍ତି । ଏନେଇ କୁଜଙ୍ଗ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଗତ ରାତିରେ ହସିଣା ଗ୍ରାମର ଦେବୀ ପ୍ରସାଦ ମିଶ୍ର ଓ ତାଙ୍କ ବୋହୂ ଘରେ ଥିଲେ । ଏହି ସମୟରେ ୨ ଜଣ ଦୁର୍ବୃତ୍ତ ଘର ଭିତରକୁ ପଶି ଆସି ଦେବୀ ପ୍ରସାଦଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ ଓ ଘରେ ଥିବା ଟଙ୍କା ସୁନା ଦେବାକୁ ଧମକ ଦେଇଥିଲେ ।

ପରେ ଦେବୀ ପ୍ରସାଦଙ୍କୁ ଦୁର୍ବୃତ୍ତମାନେ ଘର ଭିତରେ ପୂରାଇ ଦେଇ ତାଙ୍କ ବୋହୂ ପିନ୍ଧିଥିବା ସମସ୍ତ ସୁନାଗହଣା ଓ ଘରେ ଥିବା ଟଙ୍କା ଓ ସୁନାଗହଣା ଲୁଟିନେଇ ଥିଲେଚ। ପରେ ଦୁର୍ବୃତ୍ତମାନେ ଘରେ ଲାଗିଥିବା ସିସିଟିଭିର ହାର୍ଡଡିସ୍କକୁ ନେଇ ଫେରାର ହୋଇ ଯାଇଥିଲେ। ଏନେଇ ଦେବୀ କୁଜଙ୍ଗ ଥାନାରେ ଅଭିଯୋଗ କରିଛନ୍ତି ।