Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ରେ ଡାକ ସେବା ଠିକ ଭାବେ ପାଇ ପାରୁ ନ ଥିବା ଅଭିଯୋଗ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜ଼ିଲ୍ଲା ବୀରମହାରାଜପୁର ଉପ-ଡାକଘର ଭଡା ଘରେ ଚାଲୁଥିବା ବେଳେ ଲୋକେ ଉପଯୁକ୍ତ ସେବା ପାଇ ପାରୁ ନ ଥିବା ଅଭିଯୋଗ ହୋଇଛି l ଉପଯୁକ୍ତ ଭଡା ଘରେ ଡାକ କାର୍ଯ୍ୟାଳୟ ନ ଥିବା ଯୋଗୁଁ ବିଭିନ୍ନ ଡ଼ାକ ସେବା ପାଇଁ ଆସୁଥିବା ଜନସାଧାରଣ ଖରା , ବର୍ଷl ରେ ବାହାରେ ଛିଡା ହୋଇ ଅପେକ୍ଷା କରୁଛନ୍ତି l ବସିବା , ଆଶ୍ରୟ ନେବା , ମୁଣ୍ଡ ଗୁଞ୍ଜିବା , ସାଇକେଲ , ମଟର ସାଇକେଲ ଆଦି ରଖିବା ପାଇଁ କେବଳ ଖୋଳl ଆକାଶ ତଳ I କେନ୍ଦ୍ର ସରକାର ଙ୍କ ଦ୍ୱାରା ପରିଚଳିତ ହେଉଥିଲେ ହେଁ ଆଜି ପର୍ଯ୍ୟନ୍ତ ଏକ ସ୍ଥାୟୀ ଗୃହ ନିର୍ମାଣ ହୋଇ ପାରିନାହିଁ। ଏହି ଡାକ ଘରେ ଲୋକ ମାନଙ୍କୁ ସେବା ଯୋଗାଇ ଦେବା ପାଇଁ ପାସ ବୂକ ଖୋଲିବା ସହ ଟଙ୍କା ଜମା ଉଠାଣ , ଜୀବନ ବୀମା , ଚିଠି ପତ୍ର ଆଗମନ – ପ୍ରେରଣ , ପାର୍ସଲ ମାଧ୍ୟମରେ ବିଭିନ୍ନ ଜିନିଷ ପାତ୍ର ପ୍ରେରଣ , ରେଜିଷ୍ଟ୍ରି ପୋଷ୍ଟ , ମନି ଅଡର , ରେଭିନ୍ୟୁ ଷ୍ଟାମ୍ପ , ଆଇ. ପି. ଓ., ଦୁର୍ଲଭ ଗଙ୍ଗା ଜଳ ର ସୁବିଧା ରହିଛି । ଏସବୁ କାରବାର ପାଇଁ ପ୍ରତିଦିନ ଅଞ୍ଚଳର  ଶହ ଶହ ଲୋକ ଆସି ଥାନ୍ତି। ମାତ୍ର ଏଠାରେ ଏକ ସ୍ଥାୟୀ ଅଫିସ ଗୃହ ଓ ଲୋକଙ୍କବସିବା ପାଇଁ କୌଣସି ସୁବିଧା ନାହିଁ l ଏ ବିଷୟରେ ଅନେକ ଥର ଉପ ଡାକଘର ର ଗୃହ ନିର୍ମାଣ ପାଇଁ ସ୍ଥାନୀୟ ତହସିଲଦାରଙ୍କୁ ଜମି ଯୋଗାଇ ଦେବାପାଇଁ ଜଣାଇ ଆସୁଥିଲେ ହେଁ ତହସିଲଦାର ଆଜି କାଲି ଦେଖିବା ଦିନ ଗଡାଇ ଚାଲିଛନ୍ତି l ଫଳରେ ଜମି ଅଭାବରୁ ଉପଡାକ ଘର ନିର୍ମାଣ ପାଇଁ ସରକାର ଅର୍ଥ ମଞ୍ଜୁର କରିଥିଲେ ହେଁ ଡାକଘର ନିର୍ମାଣ ହେଇ ପାରୁ ନାହିଁ l ଏପଟେ ଶହ ଶହ ଲୋକଙ୍କୁ ଲିଜ ଜମି ଯୋଗାଇ ଦିଆଯାଉଥିବା ବେଳେ  ସରକାରଙ୍କ ଉପଖଣ୍ଡ ସ୍ତରୀୟ ଡାକଘର ର କୋଠା ନିର୍ମାଣ ପାଇଁ ସ୍ଥାନୀୟ ପ୍ରଶାସନ ପାଖରେ ଜମି ନାହିଁ । ଫଳରେ ସରକାର ଙ୍କୁ ଅଯଥା ଲକ୍ଷ ଲକ୍ଷ ଟଙ୍କା ଭଡା ଦେବାକୁ ପଡ଼ୁଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।