Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଜେଟ୍ ପୂର୍ବରୁ ବିରୋଧୀଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର: ଆଜି ବିଧାନସଭା ଅଧିବେଶନର ଚତୁର୍ଥ ଦିନ। ୩ ଦିନ ହଟ୍ଟଗୋଳ ପରେ ପୁଣି ଗୃହରେ ଆଜି ହଙ୍ଗାମା ଦେଖିବାକୁ ମିଳିଛି। କଂଗ୍ରେସ ବିଧାୟକ ତାରା ବାହିନୀ ପତି ବାଚସ୍ପତିଙ୍କ ମାଇକ ଟାଣି ଆଣିଥିଲେ। ଗୃହର ମଧ୍ୟ ଭାଗକୁ ଆସି କଂଗ୍ରେସ ସଦସ୍ୟ ନାରାବାଜି କରିଥିଲେ। ପୋଲାଭରମ୍ ପ୍ରସଙ୍ଗରେ ଗୃହ ପ୍ରବଳ ହଟ୍ଟଗୋଳ କାରଣରୁ ଅପରାହ୍ନ ୪ଟା ଯାଏଁ ଗୃହ କାର୍ଯ୍ୟ ସ୍ଥଗିତ ରଖିଛନ୍ତି ବାଚସ୍ପତି। ସେପଟେ ବିଜେଡି ମଧ୍ୟ ସମାନ ପ୍ରସଙ୍ଗ ଉଠାଇ ଗୃହରେ ନାରାବାଜି କରିଛି ।

ସୂଚନା ଅନୁସାରେ, କେନ୍ଦ୍ରୀୟ ବଜେଟ ଉପସ୍ଥାପନା କଲା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆନ୍ଧ୍ରପ୍ରଦେଶରେ ଶୀଘ୍ର ପୋଲାଭରମ ପ୍ରକଳ୍ପ ସାରିବାକୁ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଏଥିପାଇଁ କେନ୍ଦ୍ର ସରକାର ଆବଶ୍ୟକ ପାଣ୍ଠି ଯୋଗାଇ ଦେବେ । ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି।

ବିଜେଡି ବିଧାୟକ ତଥା ବରିଷ୍ଠ ନେତା ପ୍ରସନ୍ନ ଆଚାର‌୍ୟ୍ୟ ପୋଲାଭରମ୍ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି, କେନ୍ଦ୍ର ସରକାର ପକ୍ଷପାତିତା କରୁଛନ୍ତି। ପୋଲାଭରମ ପ୍ରକଳ୍ପ ସଂପର୍କରେ ଘୋଷଣା ବେଳେ ଓଡିଶା ସ୍ବାର୍ଥକୁ ଦୃଷ୍ଟିରେ ରଖାଯାଇନି। କେନ୍ଦ୍ରର ଏଭଳି ଘୋଷଣା ଓଡ଼ିଶା ସ୍ବାର୍ଥ ପ୍ରତି ପ୍ରଚଣ୍ଡ ଆଘାତ। କେନ୍ଦ୍ର ସରକାର ସହଯୋଗୀ ଦଳଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଓଡିଶା ସ୍ବାର୍ଥକୁ ମାରି ଦେଉଛନ୍ତି। ନିଜ ରାଜନୈତିକ ସ୍ବାର୍ଥ ପାଇଁ ରାଜ୍ୟ-ରାଜ୍ୟ ଭିତରେ ବିଭେଦ ସୃଷ୍ଟି କରୁଛନ୍ତି ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ