ମେଟା କାନି ମନ୍ଦିର ପାଖ ଦୋକାନରେ ଚା ପିଉଥିବା ବେଳେ ପିକଅପ୍ ଗାଡି ଧକ୍କାରେ 3 ମୃତ , ଜଣେ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର


 ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ର ମେଟାକାନି  ଛକ ନିକଟରେ ଆଜି ମର୍ମନ୍ତୁଦ  ଦୁର୍ଘଟଣା ଘଟି 3 ଜଣ ଙ୍କର ଜୀବନ ଯାଇଛି  l ଖବର ଅନୁସାରେ ଦିନ 3 30 ରେ  ଉଲୁଣ୍ଡା ପଟ ରୁ ଏକ ପିକଅଫ ଗାଡି ସମ୍ବଲପୁର ପଟ କୁ ଯାଉଥିବା ବେଳେ ମୁଖ୍ୟ ରାସ୍ତା କୁ ଛାଡି ଦୋକାନ କଡ଼ କୁ ଧସାଇ ପଶି ଚା ପିଉ ଥିବା 4 ଜଣ ଯୁବକ କୁ ଧକ୍କା ଦେବା ସହିତ 3 ଟି ବାଇକ ଓ ଏକ ଟେମ୍ପୋ କୁ ଚପାଇ ଗାଡି ଟି ଦ୍ରୁତ ଗତି ରେ ସମ୍ବଲପୁର ପଟ କୁ ପଳାଇ ଥିଲା l ଯାହା ଫଳ ରେ 4 ଜଣକୁ ତୁରନ୍ତ ଉଲୁଣ୍ଡା ଡାକ୍ତରଖାନା କୁ ଚିକତ୍ସା ପାଇଁ ଅଣା ଯାଇଥିଲା l ଡାକ୍ତରଖାନା ରେ ଡାକ୍ତର 3 ଜଣ ଙ୍କୁ ମୃତ ଘୋଷଣା କରିଥିଲେ l ସେମାନେ ହେଲେ ରାଜା କୁମ୍ଭାର (19) ଅଇଲା ଛlଟ ଗ୍ରାମ ର ହୋଇ ଥିବା ବେଳେ  ଦେବାନନ୍ଦ ସୁରୁଜlଳ ନାରାୟଣ ଟିକ୍ରାଗ୍ରାମ ର ( 28), ଅନ୍ୟ ଯୁବକ ସୁଶାନ୍ତ ସାହୁ 20 ବଳି ପାଲି ଗ୍ରାମ ଅଟନ୍ତି I   ଗୁରୁତର ଆହତ  କରନ କୁମ୍ଭାର (ଅଇଲା ଛlଟ) ଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି l ଅନ୍ୟ ପଟେ ଦୁର୍ଘଟଣା ଗ୍ରସ୍ତ ଗାଡି 3 ଟି ବାଇକ ଓ ଏକ ଟେମ୍ପୋ କୁ ଭାଙ୍ଗି ଦ୍ରୁତ ଗତି ରେ ପଳାଇ ଥିବାରୁ ଗାଡି କୁ ଧରିବା ପାଇଁ ବୀରମହାରାଜପୁର ଏସଡ଼ିପିଓ ବାସୁ ଦେବ ଛତ୍ରିଆ ମେଟାକାନି ଅଂଚଳ ରେ ଛାନ ଭିନ କରି ତଦନ୍ତ କରୁଥିବା ଜଣାପଡିଛି I