Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅରୁଣ କହିଲେ-ଯଦି ସାହାସ ଅଛି ନବୀନଙ୍କୁ ଗିରଫ କରାଯାଉ, ଏମିତି ଜବାବ ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ବୟାନକୁ ନେଇ ରାଜନୀତି ଉଷ୍ଣ ରହିଛି । ସେ କହିଥିଲେ ଯେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟପାଳ ଅଭିଭାଷଣ ଦେବାବେଳେ ବ୍ୟାଘାତ ସୃଷ୍ଟି କରିଥିବାରୁ ତାଙ୍କୁ ଗିରଫ କରାଯାଉ। ଆଜି ଶୂନ୍ୟ କାଳରେ ବିଜେଡି ବିଧାୟକ ଅରୁଣ ସାହୁ ଏହି ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଟାର୍ଗେଟ୍ କରିଥିଲେ।

ସେ କହିଥିଲେ, ସଂସଦୀୟ ବ୍ୟା୍ପାର ମନ୍ତ୍ରୀ ଯେଉଁ ସଂସଦ ପରିଚାଳନା ଓ ପଦ୍ଧତ୍ତି ବହି ପଢ଼ିକି କହିଲେ ବିରୋଧୀ ଦଳ ନେତାଙ୍କୁ ଗିରଫ କରାଯାଉ, ସେଥିରେ କେଉଁଠି ବି ଉଲ୍ଲେଖ ନାହିଁ ଯେ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କଲେ ଗିରଫ କରାଯିବ। ତେଣୁ ଏହାକୁ ବିଧାନସଭା ପ୍ରୋସିଡିଂରୁ ପ୍ରତ୍ୟାହାର କରାଯାଉ। ମନ୍ତ୍ରୀ ଯଦି ଭାବପ୍ରବଣ ହୋଇ ଗିରଫ ଶବ୍ଦ କହିଛନ୍ତି ତାକୁ ସେ ପ୍ରତ୍ୟାହାର କରିନିଅନ୍ତୁ। ଏହା ନକଲେ ଭୁଲ୍ ପରମ୍ପରା ସୃଷ୍ଟି ହେବ। ନଚେତ ଯଦି ସାହାସ ଅଛି ନବୀନ ପଟ୍ଟନାୟକଙ୍କୁ ଗିରଫ କର।

ଏହାର ଉତ୍ତର ରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଥିଲେ, ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିରୋଧୀ ଦଳ ନେତା ବ୍ୟାଘାତ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। ମୋର ଉଦ୍ଦେଶ୍ୟ କିଛି ଖରାପ ନଥିଲା। ଗିରଫ କୌଣସି ଅସାମ୍ବିଧାନିକ ଶବ୍ଦ ନୁହେଁ। ଏହା ଆପଣଙ୍କ ବିଚାର ପାଇଁ ରଖାଯାଇଥିଲା, କାହାର ଅସମ୍ମାନ ପାଇଁ କୁହାଯାଇ ନଥିଲା। ଏଥିପାଇଁ ଏକ କମିଟି ଗଠନ କରିବା କଥା। ଏନେଇ ମୁଁ ପୂର୍ବରୁ କହିଛି।

ଏହାସହ ସେ କହିଥିଲେ ଯେ ଯେତେବେଳେ ଆପଣଙ୍କ ସରକାର ଥିଲା ସେତେବେଳେ କିପରି ଆମ ବିରୋଧୀ ଦଳ ନେତାଙ୍କୁ ପାଗଳ, ରାଞ୍ଚି ପଠାଯିବ ବୋଲି କହୁଥିଲ। ଏଥିପାଇଁ ତ ଦୁଃଖପ୍ରକାଶ କରାଯାଇନଥିଲା। ଏବେ ବିଜେଡିକୁ ଏମିତି ପ୍ରଳାପ ଶୋଭା ଦେଉନି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ