Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାରଗିଲ ବିଜୟ ଦିବସରେ ସଦିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦୀ, ପାକିସ୍ତାନ ଓ ଆତଙ୍କବାଦୀଙ୍କୁ ଦେଲେ ଚେତାବନୀ

ନୂଆଦିଲ୍ଲୀ: ଆଜି ହେଉଛି କାରଗିଲ ଦିବସ । ଆଜିର ଦିନରେ ଠିକ୍‌୨୫ ବର୍ଷ ତଳେ ଯୁଦ୍ଧଭୂମିରେ ଶତ୍ରୁକୁ ଧୂଳି ଚଟାଇ, ଅସୀମ ଶୌର‌୍ୟ୍ୟ ଓ ପରାକ୍ରମର ପରିଚୟ ଦେଇଥିଲା ଭାରତୀୟ ସେନା। ଦେଶ ଆଜି ପାଳୁଛି କାରଗିଲ ବିଜୟ ଦିବସର ୨୫ ବର୍ଷ ପୂର୍ତ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଅତଙ୍କବାଦୀମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଦାଖସ୍ଥିତ କାରଗିଲ ଯୁଦ୍ଧ ସ୍ମାରକୀ ସ୍ଥଳରେ ପହଞ୍ଚିଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ଭାରତ- ପାକିସ୍ତାନ ଯୁଦ୍ଧରେ ନିଜ ପ୍ରାଣବଳି ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏଥିସହ ସେଠାରୁ ପାକିସ୍ତାନ ସହ ସହ ଅତଙ୍କବାଦୀମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ମୋଦୀ କହିଛନ୍ତି ପାକିସ୍ତାନ ଇତିହାସରୁ କିଛି ଶିଖି ପାରିଲାନି ।

ମୋଦୀ କହିଛନ୍ତି, ପାକିସ୍ତାନ ହେଉଛି ଆତଙ୍କୀଙ୍କ ଆକ୍କା, ଲୁଚିଛପି ଭାରତ ଉପରେ ଆତଙ୍କୀ ଆକ୍ରମଣ କରିବାକୁ ଚେଷ୍ଟା କରି ବିଫଳ ହୋଇଛି। ପ୍ରତିଟି ଷଡ଼ଯନ୍ତ୍ରର କଡ଼ା ଜବାବ ଦେଇଛନ୍ତି ଭାରତୀୟ ସେନା। ୨୫ ବର୍ଷ ପୂର୍ବେ ଭାରତ କେବଳ କାର୍ଗିଲ ଯୁଦ୍ଧରେ ଜିତିନଥିଲା, ବରଂ ସେ “ସତ୍ୟ, ସଂଯମତା ଏବଂ ଶକ୍ତି” ର ଏକ ଚମତ୍କାର ଉଦାହରଣ ଦେଇଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଅତୀତରେ ପାକିସ୍ତାନ ନିଜର ସମସ୍ତ ଘୃଣ୍ୟ ପ୍ରୟାସରେ ବିଫଳ ହୋଇଛି। କିନ୍ତୁ ଅତୀତର ଅଭିଜ୍ଞତାରୁ କିଛି କଥା ଶିଖିପାରିଲାନି।

“ପାକିସ୍ତାନ ଏହାର ଇତିହାସରୁ କିଛି ଶିଖି ନାହିଁ। ଆଜି ମୁଁ ଏପରି ଏକ ସ୍ଥାନରୁ କହୁଛି ଯେଉଁଠାରେ ଆତଙ୍କବାଦୀମାନେ ମୋର ସ୍ୱର ସିଧାସଳଖ ଶୁଣିପାରୁଥିବେ। ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ସେମାନଙ୍କର ଉଦ୍ଦେଶ୍ୟ କଦାପି ସଫଳ ହେବ ନାହିଁ। ଆମର ସୈନିକମାନେ ଆତଙ୍କବାଦକୁ ଦଳି ଦେବେ। ପୂର୍ଣ୍ଣ ଶକ୍ତି ସହ ଶତ୍ରୁଙ୍କୁ ଉପଯୁକ୍ତ ଉତ୍ତର ଦିଆଯିବ’’ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

କିଛି ଲୋକେ ଭାବୁଛନ୍ତି ସେନା ରାଜନେତାଙ୍କୁ ସାଲୁଟ୍ କରିବା ପାଇଁ, ପରେଡରେ ଭାଗ ନେବା ପାଇଁ ରହିଛନ୍ତି । କିନ୍ତୁ ତାହା ସମ୍ପୂର୍ଣ୍ଣ ଭୁଲ୍। ସେନା ହେଉଛି ଭାରତର ୧୪୦ କୋଟି ଦେଶବାସୀଙ୍କ ବିଶ୍ୱାସ ଓ ଭରସାର ପ୍ରତୀକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହାସହ ବିରୋଧୀଙ୍କୁ ଏହି ମଞ୍ଚରୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ