ନବଜାତ ଶିଶୁକନ୍ୟାକୁ ରାସ୍ତାରେ ଫିଙ୍ଗି ଚାଲିଗଲା ମାଆ


ଚାନ୍ଦବାଲି : ଅଲୋଡ଼ା ହେଲା ଶିଶୁକନ୍ୟା । ନବଜାତ ଶିଶୁକୁ ଜନ୍ମ କରି ରାସ୍ତା କଡ଼ରେ ଫିଙ୍ଗି ଦେଲା ମାଆ । ଚାନ୍ଦବାଲି ବ୍ଲକ ଧାମରା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ଗତକାଲି ସନ୍ଧ୍ୟାରେ ମୁନିପଦା ଛକ ରାସ୍ତା ପାଖ କଣ୍ଟା ବୁଦାରେ ଏକ ନବଜାତ ଶିଶୁକନ୍ୟାକୁ କେହି ଫିଙ୍ଗି ଦେଇଥିଲେ । ସେହି ବାଟ ଦେଇ ଯାଉଥିବା ସ୍ଥାନୀୟ ଯୁବକ ଶିଶୁର କାନ୍ଦ ଶୁଣି ଉଦ୍ଧାର କରିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ପଲିଥିନରେ ବନ୍ଧା ଶିଶୁ କନ୍ୟାଟିକୁ ଉଦ୍ଧାର କରି ଧାମରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏପର୍ଯ୍ୟନ୍ତ ଶିଶୁକନ୍ୟା କାହାର ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।