ସ୍ଵାଧୀନତା ଦିବସ ପାଳନ ପାଇଁ ବୀରମହାରାଜପୁର ଉପଖଣ୍ଡ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସଭା ଗୃହରେ ଉପଖଣ୍ଡ ସ୍ତରୀୟ ସ୍ଵାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଉପଜିଲ୍ଲାପାଳ ଲଲାଟେନ୍ଦୁ ସି ଙ୍କ ଅଧ୍ୟକ୍ଷତା କ୍ରମେ ଆୟୋଜିତ ପ୍ରସ୍ତୁତି ବୈଠକ ରେ ଉପଖଣ୍ଡ ପୋଲିସ ଅଧିକାରୀ ବାସୁଦେବ ଛତ୍ରୀୟା , ଡେପୁଟି କଲେକ୍ଟର ଉପେନ୍ଦ୍ର ଦାସ ,, ଜୟକୃଷ୍ଣ ପାଣିଗ୍ରାହୀ , ବି ଇ ଓ ଶାନ୍ତନୁ କୁମ୍ଭକାର , ବୀରମହାରାଜପୁର ଥାନା ଅଧିକାରୀ ଶୋଭାକର ସେଠ , ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ପ୍ରମୁଖ ମଞ୍ଚାସୀନ ଥିବାବେଳେ ଅଭ୍ୟାସ ପ୍ୟାରେଟ , ପ୍ରଭାତଫେରୀ , ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ର ଆୟୋଜନ କରାଯିବାକୁ ନିଷ୍ପତି ନିଆ ଯାଇଥିଲା l ଚଳିତ ବର୍ଷ ଧର୍ମଶାଳା ମହାବିଦ୍ୟାଳୟ ରେ କଲେଜ ସ୍ତରୀୟ ପ୍ରତିଯୋଗିତା ଆୟୋଜନ କରାଯିବାକୁ ମତ ପ୍ରକାଶ ପାଇଥିଲା l ବିଭିନ୍ନ ବ୍ୟକ୍ତି ବିଶେଷ ସ୍ମୃତି ରେ ବିଭିନ୍ନ ବର୍ଗ ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି l ଅଗଷ୍ଟ ପନ୍ଦର ତାରିଖ ଅପରାହ୍ନ ୪. 00 ସମୟରେ ଏକ ପ୍ରଦର୍ଶନୀ ଫୁଟବଲ ମ୍ୟାଚ ବୀରମହାରାଜପୁର ବ୍ଲକ ଏବଂ ଉଲୁଣ୍ଡା ବ୍ଲକ ମଧ୍ୟରେ ଖେଳାଯିବାକୁ ସ୍ଥିର ହୋଇଥିଲା l ଉକ୍ତ ପ୍ରସ୍ତୁତି ବୈଠକ ରେ ଡ଼କ୍ଟର ପ୍ରଫୁଲ୍ଲ କୁମାର ରଥ , ବରିଷ୍ଠ ସାମ୍ବାଦିକ ସ୍ଵୟମ୍ଭୁ ନାଥ ଖଣ୍ଡଗିରି , କିଶୋର ହୋତା , ଯୁଗଳ କିଶୋର ମିଶ୍ର , ଶିକ୍ଷାବିତ ଭୂଷଣ କୁମାର ପାତ୍ର , ଭୁତିଆପାଲି କଲେଜ ଅଧ୍ୟକ୍ଷ ସୁବାସ ପଣ୍ଡା , ବୀରମହାରାଜପୁର କଲେଜ ଅଧ୍ୟକ୍ଷ ହିମାଂଶୁ ଶେଖର ପାଢ଼ୀ ଧର୍ମଶାଳା କଲେଜ ଅଧ୍ୟକ୍ଷ ଗୋପାଳ ମହାପାତ୍ର , କଳାପଥର କଲେଜ ଅଧ୍ୟକ୍ଷ ଶ୍ରୀକାନ୍ତ ପଧାନ , ନରୋତ୍ତମ ଚାନ୍ଦ , ମେଘନାଦ ଭୋଇ ଙ୍କ ସମେତ ଉଚ୍ଚ ବିଦ୍ୟାଳୟ , ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ , ଉଦ୍ୟାନ ବିଭାଗ , ଦମକଳ ବାହିନୀ , ସ୍ୱାସ୍ଥ୍ୟ ବିଭାଗ , ଯୋଗାଣ ବିଭାଗ , ଅଗ୍ନିଶ୍ରମ ବିଭାଗ ଆଦି ର କର୍ମଚାରୀ ମାନେ ଯୋଗଦାନ କରିଥିଲେ l ଚଳିତ ବର୍ଷ ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ରେ ହେବାକୁଥିବା ସ୍ୱାଧୀନତା ଦିବସ ପ୍ୟାରେଟ ରେ ୩୪ ଗୋଟି ପ୍ୟାରେଟ ଦଳ ଅଂଶ ଗ୍ରହଣ କରିବା ସହିତ ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇବ ବୋଲି ଜଣାଯାଇଛି l ଉକ୍ତ କାର୍ଯ୍ୟକ୍ରମ କୁ ଲକ୍ଷ୍ମୀ ନାରାୟଣ ସାହୁ ପରିଚାଳନା କରିଥିବାବେଳେ ପ୍ରିୟଦର୍ଶୀ ଅଶୋକ ମୋହନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ l