Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ସରକାରୀ ବଙ୍ଗଳା ଚାବି ହସ୍ତାନ୍ତର କରିବେ ରାହୁଲ

ନୂଆଦିଲ୍ଲୀ: ‘ମୋଦି ସର୍‌ନେମ୍‌’କୁ ହରଡଘଣାରେ ପଡ଼ିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସୁରଟ ସେସନ୍ସ କୋର୍ଟ ରାହୁଲଙ୍କ ଆବେଦନ ଖାରଜ କରିଦେଇଛନ୍ତି। ଅନ୍ୟପଟେ ଆଜି ରାହୁଲ ଗାନ୍ଧି ତାଙ୍କ ସରକାରୀ ବାସଭବନ ଛାଡିବେ ବୋଲି ଜଣାପଡ଼ିଛି । ଏହି ମାମଲାରେ  ସୁରଟର ଏକ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ରାହୁଲ ତାଙ୍କ ସଦସ୍ୟତା ହରାଇଥିଲେ ।

ପରେ ତାଙ୍କୁ ସରକାରୀ ବାସଭବନ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଆଦେଶ ପାଇବା ପରେ ରାହୁଲ ନିଜ ସରକାରୀ ଆବାସ ଖାଲି କରିଦେଇଥିଲେ ଏବଂ ମା ସୋନିଆଙ୍କ ପାଖେ ରହୁଛନ୍ତି। ଏପ୍ରିଲ ୨୨ ତାରିଖ ଅର୍ଥାତ ଆଜି ତାଙ୍କୁ  ସରକାରୀ ବାସ ଭବନର ଚାବି ଲୋକସଭା ସଚିବାଳୟକୁ ହସ୍ତାନ୍ତର କରିବେ । ସୁରଟ ସେସନ କୋର୍ଟ ଦେଇଥିବା ରାୟ ବିରୋଧରେ ରାହୁଲ ଆସନ୍ତା ସପ୍ତାହରେ ହାଇକୋର୍ଟରେ ଆବେଦନ କରିବେ ବୋଲି ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ