ବେସିକ ନିତିଶ ଇଣ୍ଡିଆ ବାଙ୍ଗାଲୋର ସହାୟତାରେ ବ୍ଲକ ସ୍ତରୀୟ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ କର୍ମଶାଳା ଆୟୋଜିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ସଭାଗୃହ ରେ ବେସିକ ନିଡିସ ଇଣ୍ଡିଆ ବାଙ୍ଗାଲୋର ସହାୟତା ରେ ରେଆର ସୋନପୁର ଦ୍ୱାରା ବ୍ଲକ ସ୍ତରୀୟ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ରେଆର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ କାର୍ଯ୍ୟକ୍ରମ ର ଉଦେଶ୍ୟ ବିଷୟରେ ଉପସ୍ଥାପନା କରିଥିଲେ, ବୀରମହାରାଜପୁର ବ୍ଲକ ର ପନ୍ଦର ଗୋଟି ପଂଚାୟତ ରେ ଥିବା ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କ ବର୍ତମାନ ସ୍ଥିତି ସମ୍ପର୍କ ରେ କାର୍ଯ୍ୟକ୍ରମ ସହାୟକ ମିତ୍ରଭାନୁ ମଲ୍ଲିକ ତଥ୍ୟ ପ୍ରଦାନ କରିଥିଲେ I କାର୍ଯ୍ୟକ୍ରମ ରେ ଅତିଥିଭାବେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅଞ୍ଜୁଲତା ମିଶ୍ର, ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ଶିବ କର୍ମୀ , ଟିକରାମ ପଟେଲ , ରୁପେଶ ନାଏକ , ବିରାମହରାଜପୁର ବ୍ଲକ ଜୀବିକା ମିଶନ ପ୍ରତିନିଧି ରଂଜିତ ଖମାରି , ସୁବଳୟା ଭି ଏ ଏସ ଡା ଆକାଶ କୁମାର ସାହୁ, ବେସିକ ନୀଡ଼ଶ ଇଣ୍ଡିଆ ରାଜ୍ୟ ସଂଯୋଜକ ରାଜୀବ କର୍ମୀ , ସିୟା ସମ୍ପାଦକ ସୁଦାମ ଗାଈଗରିଆ ଯୋଗ ଦେଇ ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କ ଚିକିତ୍ସା , ଜୀବନ ଜୀବିକା , ପରିବାର ସହାୟତା ଗୋଷ୍ଠୀ ର ନିରନ୍ତର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ,!ଶେଷରେ କାର୍ଯ୍ୟକ୍ରମ ଅଧିକାରୀ ବିଶ୍ୱମ୍ବର ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସ୍ୱେଚ୍ଛାସେବୀ ପ୍ରତିଭା ଟାଳି, ଶାନ୍ତଶିନୀ ନାୟକ, ଜୟନ୍ତୀ ପଣ୍ଡା ସହଯୋଗ କରିଥିଲେ l