Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସହକାରୀ କୃଷି ଅଧିକାରୀଙ୍କ ମାଣ୍ଡିଆ ଚାଷ କ୍ଷେତ୍ର ପରିଦର୍ଶନ

ଝାରସୁଗୁଡା ୨୭/୭ (ଓଡ଼ିଶା ନ୍ୟୁଜ) ଓଡ଼ିଶା ମିଲେଟ ମିଶନ କାର୍ଯକ୍ରମ ଜରିଆରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ୧୬ ଗୋଟି ଗ୍ରାମ ପଞ୍ଚାୟତରେ ଆଞ୍ଚଳିକ ଜନ କଲ୍ୟାଣ ଅନୁଷ୍ଠାନ (ଆଜକା) ଦ୍ବାରା ପରିଚାଳିତ ହେଉଥିବା ବିଭିନ୍ନ ଗ୍ରାମ ମାନଙ୍କରେ ମାଣ୍ଡିଆ ଚାଷ ଓ ଅଣ ମାଣ୍ଡିଆ ଚାଷ ଯଥା:- ବାଜରା, କୋଦୋ, ଗୁଲଜି(ସୁଆଁ), ଗଙ୍ଗେଇ ଚାଷ ଓ ମାଣ୍ଡିଆର ତଳିଘେରା ପଡିଅଛି । ଲଖନପୁର ବ୍ଲକ ସହକାରୀ କୃଷି ଅଧିକାରୀ ସୀମା ଟେଟେ ଶୁକ୍ରବାର ଦିନ ଭିକମପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁଝାରିପାଲି ଓ ଅତାବିରା ପଞ୍ଚାୟତର ଭୁନ୍ଦୁପାଲି ଗ୍ରାମକୁ ଯାଇ ମାଣ୍ଡିଆ ଚାଷ କ୍ଷେତ୍ର ପରିଦର୍ଶନ କରିଥିଲେ ଏବଂ ଚାଷ ସମ୍ବନ୍ଧୀୟ ବିଭିନ୍ନ ସମସ୍ଯା ଉପରେ ଆଲୋଚନା କରିବା ସହିତ ଜୈବିକ ସାର, କୀଟନାଶକ ଔଷଧ ପ୍ରୟୋଗ ବିଧି ତଥା ଚାଷ ପ୍ରଣାଳୀ ବିଷୟରେ ପରାମର୍ଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ଓଡ଼ିଶା ମିଲେଟ ମିଶନ କାର୍ଯକ୍ରମର ବ୍ଲକ ସଂଯୋଜକ ଥୋମାସ ମାଝୀ, ଅତିରିକ୍ତ ସଂଯୋଜକ ରାଜକୁମାର ଭୋଇ, ଗୋଷ୍ଠୀ ସହାୟକ ନିତେଶ କୁମାର ସିଂହ ଓ କ୍ଷୀରୋଦ ଖମାରୀ ତଥା ସ୍ଥାନୀୟ ଚାଷୀମାନେ ଉପସ୍ଥିତ ରହିଥିଲେ ।

More Stories