Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ହେଲେ ବିଜୟ

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପାଇଁ କଂଗ୍ରେସର ନୂଆ ରଣନୀତି। ଅଳ୍ପଦିନ ତଳେ କଂଗ୍ରେସରେ ସାମିଲ ହୋଇଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ମିଳିଲା ଗୁରୁ ଦାୟିତ୍ୱ । କଂଗ୍ରେସର ପ୍ରଚାର କମିଟିର ଅଧ୍ୟକ୍ଷ ହେଲେ ବିଜୟ ।

ଏଆଇସିସି ସଭାପତିଙ୍କ ଅନୁମୋଦନ କ୍ରମେ ବିଜୟ ପଟ୍ଟନାୟକଙ୍କୁ ଏହି ଦାୟିତ୍ୱ ଦିଆ ଯାଇଛି ।  ଏଥିସହିତ  ରାଜ୍ୟ କଂଗ୍ରେସର ରାଜନୈତିକ ବ୍ୟାପାର କମିଟିକୁ ମଧ୍ୟ ଅନୁମୋଦନ ଦେଇଛି ଏଆଇସିସି । ଦଳର ବରିଷ୍ଠ ନେତାଙ୍କୁ ନେଇ ଗଠନ କରାଯାଇଛି ଏହି ରାଜନୈତିକ ବ୍ୟାପାର କମିଟି । ସେହିଭଳି ଛାତ୍ର କଂଗ୍ରେସର ସଭାପତି, ଯୁବ କଂଗ୍ରେସ ସଭାପତି ଓ ସେବା ଦଳର ସଭାପତିଙ୍କ ସହ ୫ ଜଣଙ୍କୁ ନିମନ୍ତ୍ରିତ ଅତିଥି ଭାବେ କମିଟିରେ ସ୍ଥାନ ମିଳିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ