ବିପଦ ସଙ୍କୁଳ ଅବସ୍ଥାରେ ବୀରମହାରାଜପୁର ସବ୍-ରେଜିଷ୍ଟାର କାର୍ଯ୍ୟାଳୟ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜ଼ିଲ୍ଲା ବୀରମହାରାଜପୁରରେ ଥିବା ସବ ରେଜିଷ୍ଟାର ଅଫିସ କାର୍ଯ୍ୟାଳୟ ର କମ୍ପୁଟର ରୁମ ଟି ଏବେ ବିପଦ ସଂକୁଳ ଅବସ୍ଥା ରେ ପଡି ରହିଛି । ଉକ୍ତ ବିପଦପୂର୍ଣ୍ଣ କୋଠରୀରେ  ଜୀବନ କୁ ବାଜି ଲଗାଇ କିରାଣୀ ଜଣକ କାମବାଧ୍ୟ ହୋଇ କରୁଛନ୍ତି l ଏହି ଘର ଟି ବହୁ ପୁରଣା ହୋଇ ଏହାର କାନ୍ଥ ରେ ବଡ ବଡ ଫାଟ ସୃଷ୍ଟି ହେବାସହ ଛାତ ରୁ ସିମେଣ୍ଟ ଅତଡ଼ା ଖସି ପଡ଼ିଲାଣି l ଏହି ଅଫିସ ରେ ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କାର ଜମି ରେଜିଷ୍ଟ୍ରି କରଣ ର କମ୍ପୁଟର , ଜେରକ୍ସ ଓ ଅନ୍ୟାନ୍ୟ ବୈଦ୍ୟୁତିକ ମେସିନ ତଥା ମୂଲ୍ୟବାନ ସରକାରୀ କାଗଜ ପତ୍ର ରହିଛି l ତା ଛଡା ଜମି କ୍ରୟ ବିକ୍ରୟ ପାଇଁ ଏବଂ ଅନ୍ୟାନ୍ୟ କାମପାଇଁ ପ୍ରତିଦିନ ଅନେକ ଲୋକ ଆସିଥାନ୍ତି l ଜମି କ୍ରୟ ବିକ୍ରୟ ବେଳେ କ୍ରେତା , ବିକ୍ରେତା , ସାକ୍ଷୀ ଏହି ଅର୍ଦ୍ଧ ଭଙ୍ଗା ଅଫିସ ଗୃହକୁ ଆସି ଫଟୋ , ଦସ୍ତଖତ , ଓ ଆଙ୍ଗୁଠି ଟିପ ଚି଼ହ୍ନ ଦେଇଥାନ୍ତି l ମାତ୍ର ଅଫିସ କମ୍ପୁଟର ଗୃହଟି ବିପଦ ସଂକୁଳ ଅବସ୍ଥା ରେ ଥିବା ବେଳେ କେତେବେଳେ ଯେ ଭାଙ୍ଗି ମାଡ଼ି ଆସିବ କିଏ କହିପାରେ I ଏଇ ଭଲି ପରିସ୍ଥିତିରେ କାର୍ଯ୍ୟରତ କର୍ମଚାରୀ ତଥା ରେଜେଷ୍ଟ୍ରିକରଣ କାହାପାଇଁ ଆସୁଥିବା ଲୋକଙ୍କ ଜୀବନ ପ୍ରତି ବିପଦ ଦେଖାଦେବ l କେବଳ ଏତିକି ନୁହେଁ ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କାର ବୈଦୁତିକ ମେସିନ ଓ ମୂଲ୍ୟବାନ କାଗଜ ପତ୍ର ନଷ୍ଟ ହେବାର ସମ୍ଭାବନା ରହିଛି l ଏହି ଅଫିସ ରେ ଜମି ରେଜିଷ୍ଟ୍ରସନ , ଇ. ସି. , ଦଲିଲ କପି , ଜମି ମଡ଼ଗେଜ ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟରେ ସରକାର ହଜାର ହଜାର ଟଙ୍କା ର ରାଜସ୍ବ ଆଦାୟ କରୁଥିବା ବେଳେ ବିପଦ ସଂକୁଳ ଅବସ୍ଥା ରେ ଥିବା କମ୍ପୁଟର ଗୃହ ର ରକ୍ଷଣା ବେକ୍ଷଣ କରୁ ନ ଥିବା ବେଳେ ଆସୁଥିବା ଲୋକଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି l ତେଣୁ ଜମି ରେଜିଷ୍ଟ୍ରସନ ହେଉଥିବା କମ୍ପୁଟର ଗୃହ ର ତୁରନ୍ତ  ନୂତନ ଗୃହ ନିର୍ମାଣ ସଙ୍ଗେ ଉକ୍ତ ଭଙ୍ଗା ଘରେ ଜମି ରେଜିଷ୍ଟ୍ରସନ ନକରି ସମସ୍ତ ଜମି ରେଜିଷ୍ଟ୍ରସନ ପାଇ ବ୍ୟବହୃତ ମେସିନ ଓ କାଗଜ ପତ୍ର ସବ ରେଜିଷ୍ଟାର ଅଫିସ ରେ ଥିବା ଏକ ନୂତନ ସୁରକ୍ଷିତ ଗୃହ ରେ ଜମି ରେଜିଷ୍ଟ୍ରସନ କରିବାକୁ ଜନସାଧାରଣ ରେ ଦାବୀ ହୁଏ l