ଗାଁ ମଝି ରାସ୍ତା ରେ ଆଣ୍ଠୁଏ ପାଣି ଜମି ରହି ନିଷ୍କାସନ ହୋଇ ପାରୁ ନ ଥିବାରୁ ହନ୍ତସନ୍ତ ହେଉଛନ୍ତି ଲୁତୁରପଙ୍କ ହରିଜନ ପଡା ବାସୀ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ଗାଁ ମୁଣ୍ଡରେ ଥିବା ହରିଜନ ପଡା ମୁଖ୍ୟ ରାସ୍ତାରେ ଖାଲ ହୋଇଥିବାରୁ ସାମାନ୍ୟ ବର୍ଷା ହେଲେ ରାସ୍ତାରୁ ବର୍ଷା ପାଣି ନିଷ୍କାସନ ହୋଇପାରୁ ନାହିଁ। ଫଳରେ ଗାଁ ମଝିରେ ପ୍ରାୟ ୨ ଫୁଟ ପାଣି ଜମି ରହି ରାସ୍ତାରେ ଖାଲ ଖମା ସୃଷ୍ଟି ହେବା ସହ ନିଷ୍କାସନ ହୋଇ ନ ପାରି ଗାଁ ଦାଣ୍ଡରେ ଜମି ରହିଛି । ଏବେ ଉକ୍ତ ରାସ୍ତା ଦେଇ ଯିବା ଆସିବା କରିବା ପାଇଁ ଲୋକ ଙ୍କୁ କଷ୍ଟକର ହୋଇପଡିଛି l ଅନ୍ୟ ପଟେ ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନେଜ ର ବ୍ୟବସ୍ଥା ଥିଲେ ମଧ୍ୟ ଡ୍ରେନ ଗୁଡିକ ପୋତି ହୋଇଯିବା ଫଳରେ ଏହି ସମସ୍ୟା ହେଉଥିବା ପଡା ବାସୀ କହିଛନ୍ତି । ଉକ୍ତ ରାସ୍ତା ଦେଇ ଘିଚାପାଲି , କୋଲପଡା , ଗାଁର ଲୋକମାନେ ନିତ୍ୟ ବ୍ୟବହାର ପାଇଁ ବଜାର ବ୍ୟାଙ୍କ ଲୁତୁରପଙ୍କ ପଞ୍ଚାୟତ କୁ ଚାଉଳ ନେଇ ଯାଇଥାନ୍ତି l ଲୁତୁରପଙ୍କ ଗାଁ ର ହାଇସ୍କୁଲ କୁ ଛାତ୍ର ଛାତ୍ରୀ ମାନେ ସେହି ଆଣ୍ଠୁଏ ପାଣି ଭିତର ଦେଇ ଏହି ରାସ୍ତା ରେ ପ୍ରତିଦିନ ସ୍କୁଲ କୁ ପାଠ ପଢିବାକୁ ଯାଇଥାନ୍ତି l ଏହି ରାସ୍ତା ମଧ୍ୟ ବିରାମହରାଜପୁର କୁ ସଂଯୋଗ କରୁ ଥିବାରୁ ପ୍ରତ୍ୟହ ସାଧାରଣ ଲୋକେ ଯାତାୟତ ରେ ବହୁ ହଇରାଣ ହେଉଛନ୍ତି l ଏ ଦିଗରେ ପଞ୍ଚାୟତ କର୍ତ୍ତୃପକ୍ଷ ଏବଂ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ଗାଁ ଭିତରେ ଜମି ରହୁଥିବା ବର୍ଷା ଜଳ ନିଷ୍କାସନ ର ବ୍ୟବସ୍ଥା କରିବା କୁ ସାଧାରଣ ରେ ଦାବି ହେଉଛି l