ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ନୀତିଶ କୁମାର, କାରଣ ଅସ୍ପଷ୍ଟ


ନୂଆଦିଲ୍ଲୀ: ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶନିବାର ନୀତି ଆୟୋଗଙ୍କ ଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ସାମିଲ ହୋଇ ନାହାନ୍ତି । ବୈଠକରେ ରାଜ୍ୟର ପ୍ରତିନିଧି ଭାବେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନା ଯୋଗ ଦେଇଥିବା ଅଧିକାରୀ କହିଛନ୍ତି । ନୀତିଶଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ନ ଦେଇ ପାରିବାର କାରଣ ଜଣା ପଡିନାହିଁ । ନୀତିଶ କୁମାର ନୀତି ଆୟୋଗ ବୈଠକରେ ଯୋଗ ନ ଦେବା ଏହା ପ୍ରଥମ ଘଟଣା ନୁହେଁ। ଏମିତି ପୂର୍ବରୁ ଘଟି ସାରିଛି ।

ଜେଡିୟର ମୁଖପାତ୍ର ନୀରଜ କୁମାର କହିଛନ୍ତି, ଏଥର ମଧ୍ୟ ଦୁଇ ଉପମୁଖ୍ୟମନ୍ତ୍ରୀ ବୈଠରେ ଯୋଗ ଦେଇଥିଲେ । ଏହା ବ୍ୟତୀତ ବିହାରର ୪ କେନ୍ଦ୍ର ମନ୍ତ୍ରୀ ଆୟୋଗର ସଦସ୍ୟ ଅଛନ୍ତି ଏବଂ ସେମାନେ ବୈଠକରେ ଉପସ୍ଥିତ ଥିଲେ । ସେ କହିଛନ୍ତି, ନୀତିଶ କୁମାର ବୈଠକରେ କାହିଁକି ଯୋଗ ଦେଲେ ନାହିଁ ତାହା ଏବେ କହିବା ମୁସ୍କିଲ ।

ସୂଚନାଯୋଗ୍ୟ, ଆୟୋଗଙ୍କ ନବମ ପରିଷଦ ବୈଠକରେ ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବେ ନିର୍ମାଣ କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଛି । ବୈଠକରେ ଡକ୍ୟୁମେଣ୍ଟ ବିକଶିତ ଭାରତ@2047ଉପରେ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ନୀତି ଆୟୋଗର ଅଧ୍ୟକ୍ଷ ।