Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନଝରିଆ ପାଲି ଆଞ୍ଚଳିକ ସାଧନ କେନ୍ଦ୍ର ରେ ଶିକ୍ଷା ସପ୍ତାହ ପାଳନ ଅବସରରେ ମା ପାଇଁ ଗଚ୍ଛ ଟିଏ କାର୍ଯ୍ୟକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ କେନଝିରିଆପାଲି ଆଞ୍ଚଳିକ ସାଧନ କେନ୍ଦ୍ର ରେ ଶିକ୍ଷା ସପ୍ତାହ ଷଷ୍ଠ ଦିବସ କେଂଝରିଆପାଲି ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ବିନୟ କୁମାର ବିଶ୍ୱାଳ ଙ୍କ ସହାୟତା ରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I କେନଝିରିଆପାଲି ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ଲୁତୁରପଙ୍କ ନର୍ସରୀ ରୁ ଚାରା ଆଣି ନିଜ ନିଜ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ସମସ୍ତ ନଅ ଟି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ , ସ୍କୁଲ କମିଟି , ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ , କର୍ମଚାରୀ ମାନେ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ