Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନିର୍ବାଚନରେ ଭଲ ପ୍ରଦର୍ଶନ କରିବୁ, ବଡ଼ ବ୍ୟବଧାନରେ ଜିତିବୁ; ଦୀପାଳି

ଝାରସୁଗୁଡ଼ା: ଝାରସୁଗୁଡା ନିର୍ବାଚନ ପୂର୍ବରୁ ସରଗରମ ରାଜନୀତି। ଆଜି ବିଜେଡି ପକ୍ଷରୁ ଝାରସୁଗୁଡା ନିର୍ବାଚନ ମଣ୍ଡଳୀ କୋଲାବିରା ବ୍ଲକ ରଘୁନାଥପାଲିଠାରେ ମହିଳା କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୋଲାବିରା ଅଞ୍ଚଳର ବହୁ ମହିଳା ସାମିଲ ହୋଇଥିଲେ। ଅନେକ ମହିଳା ଶାସକ ଦଳକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶଧାରାର ପ୍ରଶଂସା କରିବା ସହ ଓ ବିଜେଡିର ଝାରସୁଗୁଡ଼ା ପ୍ରାର୍ଥୀ ଦୀପାଳି ଦାସଙ୍କ ପ୍ରତି ସମର୍ଥନ ଜଣାଇଥିଲେ । ଏହି ସମ୍ମିଳନୀରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଦୀପାଳି ଦାସ ଏବଂ ବିଜେଡିର ବରିଷ୍ଠ ନେତୃମଣ୍ଡଳୀ ଉପସ୍ଥିତ ଥିଲେ l

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିକାଶ ପାଇଁ କରୁଥିବା କାର୍ଯ୍ୟ, ମହିଳାଙ୍କ ଉନ୍ନତି ପାଇଁ କରିଥିବା ଯୋଜନା ବିଷୟରେ ନିରଞ୍ଜନ ପୂଜାରୀ ଉପସ୍ଥିତ ମହିଳାମାନଙ୍କୁ ଅବଗତ କରାଇଥିଲେ । ଏହାସହ ଦୀପାଳିଙ୍କୁ ସମର୍ଥନ ଜଣାଇ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଆହୁରି ଅଧିକ ଟାଣ କରିବାକୁ ଆହ୍ବାନ ଦେଇଥିଲେ ।

କର୍ମୀ ସମ୍ମିଳନୀରେ ଆଗାମୀ ଉପ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହୋଇଥିବା କହିଛନ୍ତି ଦୀପାଳି । ଏହାସହ ଉପନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ ଓ ଆମେ ବଡ଼ ବ୍ୟବଧାନରେ ବିଜୟୀ ହେବୁ ବୋଲି କହିଛନ୍ତି ଦୀପାଳି।’