Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରସାମ୍ୟ ହରାଇ ଡ୍ରେନ ଉପରେ ଚଢିଗଲା ହାଇୱା; ବହୁ ଉଠା ଦୋକାନୀଙ୍କ ଜିନିଷ ପତ୍ର ଛାରଖାର, ବ୍ୟବସାୟୀ ଗୁରୁତର

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ୫୯ ନଂ. ଜାତୀୟ ରାଜପଥର ବସଷ୍ଟାଣ୍ଡ ଓ ଆଦର୍ଶ ପୁଷ୍କରିଣୀ ନିକଟରେ ଥିବା ଡ୍ରେନ ଉପରକୁ ଏକ ହାଇୱା ନଂ.ଓଡି-୦୨-ଏଟି -୨୮୭୭ ଭାରସାମ୍ୟ ହରାଇ ଚଢିଗଲା, ଯାହା ଫଳରେ ଡ୍ରେନ ଉପରେ ଫୁଟପାଥରେ ବିକ୍ରି କରୁଥିବା କେତେକ ଦୋକାନ ଉପରେ ଚଢ଼ି ଯିବାରୁ ବ୍ୟାପକ ଜିନିଷ ପତ୍ର କ୍ଷୟକ୍ଷତି ହେବା ସହ ଏକ ଜାଲ ଦୋକାନ ଉପରେ ଚଢ଼ି ଯିବାରୁ ଦୋକାନର ସମସ୍ତ ଜିନିଷ ପତ୍ର ନଷ୍ଟ ହେବା ସହ ଦୋକାନୀ ଗୁରୁତର ହୋଇଛନ୍ତି l ଦୋକାନୀ ଜଣକ କଲିକତା ମାଲଦା ଜିଲ୍ଲାର ରାମଶଙ୍କର ଟୋଲା ବୋଲି ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ ବାଲିଗୁଡା ପୋଲିସ ପହଞ୍ଚି ଗୁରୁତର ଅବସ୍ଥାରେ ଜାଲ ବ୍ୟବସାୟୀ ଶ୍ରୀ ଟୋଲାଙ୍କୁ ବାଲିଗୁଡା ମେଡ଼ିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିବା ବେଳେ ହାଇୱା ସହ ଡ୍ରାଇଭରକୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ