Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମପାଣି ପଞ୍ଚାୟତ ରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ,୧୬୨ ଅଭିଯୋଗ ଶୁଣାଣି।

କଳାହାଣ୍ଡି:୨୯/୦୭
କଳାହାଣ୍ଡି ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ ବ୍ଲକ ର ପ୍ରତି ପଞ୍ଚାୟତ ରେ ସୋମବାର ଜନ ଶୁଣାଣି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କ୍ରମରେ ଆଜି କୋକସରା ବ୍ଲକ ର ଆମପାଣି ପଞ୍ଚାୟତ ରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରତି ପଞ୍ଚାୟତ ରେ ଲୋକଙ୍କୁ ଦୁଆର ମୁହଁରେ ସେବା ଓ ସମସ୍ୟା ର ସମାଧାନ ପାଇଁ ଏହି ଶିବିର ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମ ରେ ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ ଙ୍କ ସଭାପତିତ୍ୱ ରେ ବିଡ଼ିଓ ସ୍ନେହାପ୍ରଭା ମାଝୀ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା,ନାଏବ ସରପଞ୍ଚ ଭବାନୀ ଶଙ୍କର ପୁରୋହିତ ପିଇଓ ଗିରିଶ ଚନ୍ଦ୍ର ନାଏକ,ବିରଞ୍ଚି ଖର୍ସେଲ,ସମେତ ବ୍ଲକ ର ସ୍ଵାସ୍ଥ୍ୟ,ଶିକ୍ଷା,କୃଷି, ଯୋଗାଣ, ଉଦ୍ୟାନ କୃଷି, ସାମାଜିକ ସୁରକ୍ଷା ବିଭାଗ ର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ପଞ୍ଚାୟତ ର ବିଭିନ୍ନ ଗ୍ରାମ ରୁ ଆଵାସ, ଭତ୍ତା,ପିଡ଼ିଏସ ଓ ଅନ୍ୟାନ୍ୟ ଅଭିଯୋଗ ନେଇ ଆସିଥିବା ହିତାଧିକାରୀଙ୍କ ଅଭିଯୋଗ ଶୁଣାଣି କରିଥିଲେ। ଜନ ଶୁଣାଣି ଶିବିର ରେ ପଞ୍ଚାୟତ ର ଦୁଇଜଣ ଯକ୍ଷ୍ମା ରୋଗୀ ଙ୍କୁ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଙ୍କ ଉପସ୍ଥିତି ରେ ଔଷଧ ସହ ପଞ୍ଚାୟତ ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ କରା ଯାଇଥିଲା। ଏହି ଜନ ଶୁଣାଣି ଶିବିର ରେ ମୋଟ ୧୬୨ ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ହିତାଧିକାରୀଙ୍କ ଅଭିଯୋଗ ଉପରେ ଶୀଘ୍ର ସମାଧାନ କରାଯିବା ନେଇ ବିଡ଼ିଓ କହିଛନ୍ତି।ତେବେ ଜନ ଶୁଣାଣି ଶିବିର ରେ ଅନେକ ବିଭାଗର ଅଧିକାରୀ ଙ୍କ ଅନୁପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା।ପଞ୍ଚାୟତ ର କର୍ମଚାରୀ ସମେତ ସାମାଜିକ କର୍ମି ମନୋରଞ୍ଜନ ବାଣୁଆ ପ୍ରମୁଖ ଉପସ୍ଥିତ ରହି ଜନ ଶୁଣାଣି ଶିବିର ପରିଚାଳନା ରେ ସହଯୋଗ କରିଥିଲେ।
ରିପୋର୍ଟ-ସନତ କୁମାର ପ୍ରଧାନୀ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories