ଗୋପାଳପୁର ୨୯/୭
ନୁଆଁ ବକ୍ସିପଲ୍ଲୀ ଗ୍ରାମରେ ଏକ ବୁଲେଟରେ ଦୁର୍ବତ୍ତ ମାନେ ନିଆଁ ଲଗାଇ ପୋଡି ଦେଇଥିବା ନେଇ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି l ସୂଚନା ପ୍ରକାରେ ନୁଆଁ ବକ୍ସିପଲ୍ଲୀ ଗ୍ରାମର ସତ୍ୟ ସାଇବାବା ମନ୍ଦିରର ଡିଜାଇନ ମେସ୍ତ୍ରୀ ଆନ୍ଧ୍ର ଇଷ୍ଟ ଗୋଦାବରୀର ଲେଙ୍କେ ବ୍ରହ୍ମାଜୀ ଦୁଇ ମାସ ହେଲା ସେଠାରେ ଭଡ଼ାରେ ରହି ମନ୍ଦିର ଡିଜାଇନ କାମ କରୁଥିଲେ l ଶନିବାର ରାତିରେ ବୁଲେଟ ଗାଡ଼ି ନମ୍ବର ଏ ପି ୩୧ ଡ଼ି ଡ଼ି ୭୩୭୧ ଗାଡିଟି ମନ୍ଦିର ପାଖରେ ରଖି ଘରକୁ ଯାଇଥିଲେ l ରବିବାର ସକାଳେ ଆସି ଦେଖିବା ବେଳକୁ ବୁଲେଟ ଟିକୁ କୌଣସି ଦୁର୍ବତ୍ତ ମାନେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ପାଇଥିଲେ l ଏ ନେଇ ମନ୍ଦିର କମିଟିକୁ ସୂଚନା ଦେଇ ଥିଲେ l କମିଟି ସଭ୍ୟ ଏସ. ବୈରାଗୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୨୧୪/୨୪ମାମଲା ରୁଜୁ କରି ତଦନ୍ତ କରୁଥିବା ପୁଲିସ କହିଛି l