Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଏନ୍ ସି ସି କ୍ୟାଡ଼େଟ୍ ସତ୍ୟ ନାରାୟଣ ବାଗ ଙ୍କୁ ଜିଲ୍ଲାପାଳ କାର୍ଯ୍ଯାଳୟ ପରିସରରେ ସମ୍ବର୍ଦ୍ଧନା

ସୋନପୁର : (ସୌମିତ୍ରି ମେହେର) ସୋନପୁର କଲେଜର ଏନସିସି କ୍ୟାଡେଟ ତଥା ସୋନପୁର ମାଟିର ସାହସୀ ପୁଅ ସତ୍ୟନାରାୟଣ ବାଗ ଏକ ଭାରତ ଶ୍ରେଷ୍ଠ ଭାରତ, ଶତ ପ୍ରତିଶତ ମତଦାନ ସାବ୍ୟସ୍ତ କରିବା , ସଡ଼କ ସୁରକ୍ଷା , ରକ୍ତ ଦାନ ଓ ସ୍ବଚ୍ଛତା ସଚେତନତା ବାର୍ତ୍ତା ନେଇ ସାଇକେଲ ରେ ସାରା ଭାରତ ଭ୍ରମଣ କରି ଆଜି ସୋନପୁର ରେ ପହଞ୍ଚିଲେ l ଅପ୍ରେଲ ୫ତାରିଖ ରୁ ଦୀର୍ଘ ୪ ମାସ ସାଇକଲ ରେ ଯାତ୍ରା ସାରି ଆଜି ଅପରାହ୍ନ ରେ ଶ୍ରୀ ବାଗ ସୋନପୁର ରେ ପହଞ୍ଚିଲା ପରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୋନପୁର ମାଟିର ସନ୍ତାନ ଶ୍ରୀ ବାଗ ଙ୍କୁ ଜିଲ୍ଲାପ୍ରଶାସନ ତରଫରୁ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଫୁଲ ତୋଡା ଓ ଉପ ଢୌକନ ପ୍ରଦାନ ପୂର୍ବକ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରି ଦୁଃସାହାସିକ ସାଇକେଲ ଯାତ୍ରା ର ଅନୁଭୂତି ପଚାରି ବୁଝିଥିଲେ l ଏନ୍ ସି ସି ଲ୍ୟାଫ୍ଟନେଣ୍ଟ ଆଶିଷ ଅଗ୍ରୱାଲା ଙ୍କ ଦ୍ଵାରା ଆୟୋଜିତ ଓ ସ୍ୱଚ୍ଛ ଭାରତ ସଂଗଠନ ର ମିଳିତ ସହଯୋଗ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ରାଜେନ୍ଦ୍ର ମାଝୀ , ଅତିରିକ୍ତ ଜିଲ୍ଲାପାଳ ଜେନେରାଲ ଅଞ୍ଜଲିନା ପଧାନ , ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର , ଡେପୁଟି କଲେକ୍ଟର କେ ରିଚି କୁମାର , ସୂଚନା ଲୋକ ସଂପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ , ଜିଲ୍ଲା ପ୍ରଶାସନ ର ବିଭିନ୍ନ ବିଭାଗ ର ଅଧିକାରୀ ଓ କର୍ମଚାରୀ, ଏନ୍ ସି ସି କ୍ୟାଡେଟ ଛାତ୍ର ଛାତ୍ରୀ , ସ୍ବଚ୍ଛ ଭାରତ ସଙ୍ଗଠନ ଓ ଇନ ଫିନିଟି କ୍ଳବ୍ ର ସଦସ୍ୟ ଓ ସହରର ବିଭିନ୍ନ କ୍ରୀଡା ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଶ୍ରୀମାନ ବାଗ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ଦୀର୍ଘ ୪ମାସ ସାଇକଲ ଯାତ୍ରା କରିଥିବା ଶ୍ରୀମାନ ବାଗ ବିଭିନ୍ନ ରାଜ୍ୟ ର କଳା ସଂସ୍କୃତି ସହ ଲୋକଙ୍କ ଚାଲି ଚଲଣ ଉପରେ ନିଜର ଅନୁଭୂତି କୁ ପ୍ରକାଶ କରି ଆମ ଦେଶର ବିବିଧତା ରେ ଏକତା କୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିଥିବା ହେତୁ ଦେଶର ପ୍ରଶଂସା କରିଥିଲେ l